ନୂଆଦିଲ୍ଲୀ: ପ୍ରସିଦ୍ଧ ଆମେରିକୀୟ ଗାୟକ ଏକନ କିଛି ଦିନ ପରେ ତାଙ୍କର ୨୯ତମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଥିଲେ । ଏହା ପୂର୍ବରୁ ତାଙ୍କ ପତ୍ନୀ ଟୋମେକା ଥିଆମ୍ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । People.com ର ଏକ ରିପୋର୍ଟ ଅନୁଯାୟୀ, ଥିୟାମ୍ ଗାୟକ ଏକନଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଅମିମାଂସିତ ପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି । ତାଙ୍କ ବିଚ୍ଛେଦର ତାରିଖକୁ 'TBD' ଭାବରେ ଚିହ୍ନିତ କରିଛନ୍ତି ଥିଆମ ।  TBD- to be decided, ଅର୍ଥାତ ଛାଡ଼ପତ୍ର ଲାଗି ଥିୟାମ ଆବେଦନ କରିଥିବା ବେଳେ କେବେ ସେମାନେ ବିଧିବଦ୍ଧ ଭାବରେ ଅଲଗା ହେବେ ସେହି ତାରିଖ ଜଣାପଡ଼ିନାହି

ଦମ୍ପତିଙ୍କର ଏକ ୧୭ ବର୍ଷୀୟ ଝିଅ, ଜର୍ଣ୍ଣି ଅଛି । ଥିଆମ୍ ତାଙ୍କ ଝିଅ ଜର୍ଣ୍ଣିର ମିଳିତ ହେପାଜତ ପାଇଁ ଅନୁରୋଧ କରିଛନ୍ତି ଏବଂ ଝିଅକୁ ତାଙ୍କ ସହିତ ରହିବାକୁ ଅନୁମତି ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ ଏକନ ଯେତେବେଳେ ଚାହିଁବେ ତାଙ୍କ ଝିଅକୁ ଭେଟିପାରିବେ ।  ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ତାଙ୍କୁ ତାଙ୍କ ଜୀବନଯାପନ ପାଇଁ ଆର୍ଥିକ ସହାୟତା ମିଳିବା ଉଚିତ କିନ୍ତୁ ଏକନଙ୍କୁ କୌଣସି ପ୍ରକାରର ସହାୟତା ଦିଆଯିବା ଉଚିତ ନୁହେଁ

'ରାଇଟ୍ ନାଉ' ଫେମ୍ ଗାୟକ ଏକନ କେବଳ ଇଂରାଜୀ ସିନେମାରେ ଗୀତ ଗାଇ ନାହାନ୍ତି ବରଂ ସେ ହିନ୍ଦୀ ସିନେମାରେ ମଧ୍ୟ ଗାଇଛନ୍ତି । ଏକନ ୨୦୧୧ ମସିହାରେ ସାଇ-ଫାଇ ଚଳଚ୍ଚିତ୍ର 'ରା.ୱାନ୍'‘ଛମକ ଛଲୋ’ ଏବଂ କ୍ରିମିନାଲ୍ ଗୀତ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପୂର୍ବରୁ ସେ କହିଥିଲେ ଯେ, ସେ ବହୁବିବାହରେ ବିଶ୍ୱାସ କରନ୍ତି । ୨୦୨୨ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ତାଙ୍କର ଟି ସନ୍ତାନ ଅଛନ୍ତି ।