ମୁମ୍ବାଇ, ୭/୧୧ : ଅଜୟ ଦେବଗନଙ୍କ ଆକ୍ସନ ପ୍ୟାକ୍ଡ ’ସିଙ୍ଘମ ଏଗେନ’କୁ ରିଲିଜ ହେବାକୁ ପୂରା ୭ଦିନ ହୋଇସାରିଛି। ଫିଲ୍ମ ପ୍ରଥମ ଦିନ ୪୩.୫କୋଟି କଲେକ୍ସନ କରିଥିଲା ଯାହା ଅଜୟ ଦେବଗନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନିଂ ହୋଇଛି । ଏହାପରେ ଫିଲ୍ମ ପ୍ରଥମ ଓ୍ବିକେଣ୍ଡରେ ହିଁ ୧୦୦କୋଟିର ସଂଖ୍ୟା ବି ପାର୍ କରି ନେଇଛି । ଫିଲ୍ମ ସହ ‘ଭୁଲ ଭୁଲେୟା ୩’ଭଳି ମୋଷ୍ଟ ଆଓ୍ବେଟେଡ ହରର କମେଡ଼ି ରିଲିଜ ପରେ ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ କରୁଛି ।
ରିପୋର୍ଟ ଅନୁସାରେ ସିଂଘମ ଏଗେନ ଆରମ୍ଭ ୩ଦିନରେ ୧୨୧.୭୫କୋଟି କଲେକ୍ସନ କରିଥିଲା। ୪ର୍ଥ ଏବଂ ୫ଦିନରେ ଫିଲ୍ମର କଲେକ୍ସନ ୧୮ଏବଂ ୧୪କୋଟି ରହିଛି । ୬ଷଷ୍ଠ ଦିନର କଲେକ୍ସନ କଥା ଯଦି କହିବା ତେବେ ୧୦.୨୫କୋଟି ରହିଛି ।
ଫିଲ୍ମ କଲେକ୍ସନରେ ଯୋଡ଼ି ହୋଇଥିବା ୭ମ ଦିନର ଆରମ୍ଭ କଲେକ୍ସନ ବି ସାମ୍ନାକୁ ଆସି ସାରିଛି । ଫିଲ୍ମ ସନ୍ଧ୍ୟା ୫ଟା ୨୦ମିନିଟ ସୁଦ୍ଧା ୩.୪୨କୋଟିର କଲେକ୍ସନ କରି ନେଇଛି ଏବଂ ଏହାସହ ଫିଲ୍ମର ମୋଟ କଲେକ୍ସନ ୧୬୭.୬୭କୋଟି ରହିସାରିଛି ।