ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା, ଧାର୍ମିକ ସ୍ଥଳ ଏବଂ ସ୍କୁଲରେ ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ରୋକ୍‌

Published By : Tapas Panda | May 1, 2025 7:10 PM

Image Courtesy: livemint

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମସ୍ତ ଧାର୍ମିକ ସ୍ଥଳରେ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁରୁବାର ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ଏକ ମିଳିତ ବୈଠକ ଡକାଯାଇଥିଲା । ଏହି ବୈଠକରେ ଦିଲ୍ଲୀର ସମସ୍ତ ଡିଏମ, ଡିସି ଏବଂ ଡିସିପି ଉପସ୍ଥିତ ଥିଲେ। ପୌର ନିଗମର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ମିଶନ ବଦଳୁଛି ଦିଲ୍ଲୀ ଅଧୀନରେ ଏହି ବୈଠକ ଡକାଯାଇଥିଲା। ଏହି ବୈଠକରେ ଧାର୍ମିକ ସ୍ଥଳରେ ସିଙ୍ଗିଲ୍‌ ୟୁଜ ପ୍ଲାଷ୍ଟିକ ଉପରେ ରୋକ ଲଗାଇବା ଉପରେ ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀକୁ ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଘୋଷଣା କରିଛନ୍ତି ଯେ, ରାଜଧାନୀର ସ୍କୁଲ, ଧାର୍ମିକ ସ୍ଥଳ ଏବଂ ବଜାରରେ ସିଙ୍ଗିଲ ୟୁଜ୍‌ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯିବ। ଏହାର ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରିବେଶ ସୁରକ୍ଷା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ । କାରଣ ଏକକ ବ୍ୟବହାର ପ୍ଲାଷ୍ଟିକ୍ କେବଳ ପ୍ରଦୂଷଣ ବୃଦ୍ଧି କରେ ନାହିଁ ବରଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ମାଟିରେ ପଡ଼ି ରହି ପରିବେଶ ପ୍ରଦୂଷଣ କରେ । ସରକାର ଏବେ ପୁନଃବ୍ୟବହାରଯୋଗ୍ୟ ବିକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବେ।

ରାଜଧାନୀରେ ସ୍ୱଚ୍ଛତା ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଏବେ ଦିଲ୍ଲୀର ରାସ୍ତା ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ଦିନକୁ ଦୁଇଥର ସଫା କରାଯିବ। ଏହି ଅଭିଯାନ ଦିଲ୍ଲୀକୁ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ବିକଶିତ ସହର କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ।

ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଅନେକ ଘୋଷଣା ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ, ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ କର୍ମଚାରୀମାନଙ୍କ ପାଇଁ ମଧ୍ୟାହ୍ନରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଶ୍ରାମ ସମୟ ମଧ୍ୟ ସ୍ଥିର କରାଯିବ, ଏଥି ପାଇଁ ଖୁବ୍ ଶୀଘ୍ର ଏକ ବିଜ୍ଞପ୍ତି ଜାରି କରାଯିବ। ଜୀବିକା ନିର୍ବାହ ପାଇଁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ ଉତ୍ତମ ଜୀବନଯାପନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ରେଖା ଗୁପ୍ତା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.