ନୂଆଦିଲ୍ଲୀ,୩୦।୧୧: ଭାରତର ନିର୍ବାଚନ କମିଶନ୍ (ଇସିଆଇ) ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ଚାଲିଥିବା ସ୍ପେଶାଲ ଇନଟେନସିଭ ରିଭିଜନ୍ର ସମୟ ସୀମାକୁ ୭ ଦିନ ପାଇଁ ବଢାଇ ଦେଇଛନ୍ତି। ଏହ ପ୍ରକିୟା ୧୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏସଆଇଆରର ଦ୍ବିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର, ଛତିଶଗଡ, ଗୋଆ, ଗୁଜରାଟ, କେରଳ, ଲକ୍ଷାଦ୍ବୀପ, ମଧ୍ୟ ପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ,ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୋଟର ଲିଷ୍ଟକୁ ସୁଧାରା ଯାଉଛି। ରିଲିଫ୍ କମିଶନ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ବାତିଲ କରି ଏକ ନୂତନ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଏହା ଅନୁଯାୟୀ, ବୁଥ୍ ଗଣନା ଏବଂ ପୁନଃଗଠନ ଠାରୁ ଆରମ୍ଭ କରି ଡ୍ରାଫ୍ଟ ତାଲିକା ପ୍ରକାଶନ ଏବଂ ଦାବି-ଆପତ୍ତି ପ୍ରକ୍ରିୟା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଏବେ ସଂଶୋଧିତ ତାରିଖ ଅନୁସାରେ କରାଯିବ।
ନିର୍ବାଚନ କମିଶନ୍ ୧୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସମୟ ସୀମାକୁ ବଢାଇଛନ୍ତି। ପୋଲିଂ ଷ୍ଟେସନକୁ ଠିକ୍ କରିବା ଓ ପୁଣିଥରେ ବ୍ୟବସ୍ଥିତ କରିବା ସୁନିଶ୍ଚିତ କରିବାକୁ କୁହାଯାଇଛି। କନଟ୍ରୋଲ ଟେବଲର ଅପଡେଟ୍ ଓ ଡ୍ରାଫ୍ଟ ରୋଲ୍ ପ୍ରସ୍ତୁତ କରିବାର ସମୟ ସୀମା ୧୨-୧୫ ଡିସେମ୍ବର ପଯ୍ୟନ୍ତ ରହିବ। ଡ୍ରାଫ୍ଟ ଇଲେକ୍ଟୋରାଲ ରୋଲ୍ ପବ୍ଲିକେସନ୍ ୧୬ ଡିସେମ୍ବରରୁ କରାଯିବ। ଦାବି ଏବଂ ଆପତ୍ତି ଫାଇଲ କରିବାର ସମୟ ୧୬ ଡିସେମ୍ବରରୁ ୧୫ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।
ପୂର୍ବରୁ ଏସଆଇଆର ପ୍ରକ୍ରିୟା ସମାପ୍ତ କରିବାର ଶେଷ ତାରିଖ ୪ ଡିସେମ୍ବର ଥିଲା। ଏହାର ଅର୍ଥ କେବଳ ଚାରି ଦିନ ବାକି ଥିଲା। ଏବେ, ଶେଷ ତାରିଖକୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ସାତ ଦିନ ବୃଦ୍ଧି କରାଯାଇଛି। ସେଥିରେ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ରହିଛି। ନିର୍ବାଚନ କମିଶନଙ୍କ ଦ୍ବାରା ଦିଆଯାଇଥିବା ସମୟ ସୀମା ସହ ମତଦାତାଙ୍କୁ ନିଜର ଡିଟେଲ୍ସ ଭେରିଫାଏ କରିବା, ଅବଜରଭେସନ୍ ଫାଇଲ୍ କରିବା କିମ୍ବା ଭୋଟର ଲିଷ୍ଟରେ ଜରୁରୀ ସୁଧାର କରିବାକୁ ସମୟ ମିଳିଯିବ। ଅଧିକାରୀମାନେ ଏହି କଥା ଉପରେ ଜୋର ଦେଇଛନ୍ତି ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବାସିନ୍ଦା ଭବିଷ୍ୟତର ନିର୍ବାଚନରେ ଭୋଟ୍ ଦେବାର ସୁଯୋଗ ହରାଇବାରୁ ରକ୍ଷା ପାଇବା ପାଇଁ ବଢାଇ ଦିଆଯାଇଥିବା ସିଡ୍ୟୁଲର ଫାଇଦା ଉଠାଇବା ଦରକାର।