ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ଓଡ଼ିଶାରେ ସେପ୍ଟମ୍ବରରୁ ଆରମ୍ଭ ହେବ ଏସଆଇଆର : ରାଜ୍ୟ ନିର୍ବାଚନ ଅଧିକାରୀ

Published By : Suraj Kumar | August 18, 2025 9:32 PM

ଭୁବନେଶ୍ବର, ୧୮।୮ : ଓଡିଶାରେ  ସେପ୍ଟମ୍ବର ମାସରେ ଏସଆଇଆର ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଆରମ୍ଭ ହେବ ।  ୨୪ବର୍ଷ ପରେ ଭୋଟ ତାଲିକା ସଂଶୋଧନ କରାଯିବ। ଶେଷଥର ପାଇଁ ୨୦୦୨ ମସିହାରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। 

ଏହା ସହିତ ବିରୋଧୀ ଦଳ ପକ୍ଷରୁ ଭୋଟ ଚୋରି ନେଇ ଅଣାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।  ଭୋଟ ଚୋରୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିଛନ୍ତି।   ଏପିକ ନମ୍ବରକୁ ନେଇ ଅଣାଯାଇଥିବା ଅଭିଯୋଗ ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,  ଓଡ଼ିଶାର ୭ ହଜାର ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ  ଭୋଟର କାର୍ଡ ଦିଆଯାଇଛି।   ଏଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା।  ଏହା  ଗୁଜରାଟର ଭୋଟରଙ୍କ ସହିତ ମିଶୁଥିଲା।  ଏହାକୁ  ବଦଳାଯାଇ  ସାନି କାର୍ଡ ଦିଆଯାଇଛି ।  ବାକି ୨ ହଜାର ଏପିକ ନମ୍ବର କର୍ଣ୍ଣାଟକ, ଝାଡ଼ଖଣ୍ଡ ପଂଶ୍ଚିମବଙ୍ଗ ସହିତ ମିଶୁଥିଲା। ଏହି ଏପିକ ନମ୍ବର କେବଳ ଭୋଟ ପରିଚୟ ପତ୍ର ଚିହ୍ନଟ ପାଇଁ  ଦିଆଯାଇଛି।  ଏହି ଏପିକ ନମ୍ବରରେ କେହି  ଭୋଟ ଦେଇପାରିବେ ନାହିଁ।  ବର୍ତ୍ତମାନ ସ୍ୱତନ୍ତ୍ର  ଏପିକ ନମ୍ବର ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦାନ କରାଯିବ।

ବିଜେଡି  ଅଭିଯୋଗର ଜବାବ ରଖିଛନ୍ତି  ରାଜ୍ୟ ନିର୍ବଚାନ ଅଧିକାରୀ । ବିଧାନସଭା ଓ ଲୋକସଭା ଭୋଟିଂ ବ୍ୟବଧାନ ନେଇ ସିଇଓ ସୂଚନା ଦେଇ କହିଛନ୍ତି ଯେ,ଜଣେ ଭୋଟର ବିଧାନସଭାରେ  ଭୋଟ ଦେଇଥିବା ବେଳେ  ଲୋକସଭାରେ ଦେଇନାହାନ୍ତି।  ଯେଉଁଥିପାଇଁ ଲୋକସଭା ଏବଂ ବିଧାନସଭା  ଭୋଟିଙ୍ଗ ତାରତମ୍ୟ  ଦେଖିବାକୁ ମିଳିଛି। ଭୋଟ ଗ୍ରହଣ ସରିବା ପରେ  ବିଳମ୍ବିତ ରାତିରେ ଦିଆଯାଉଥିବା ଭୋଟ ହାର  ଏବଂ  ଭୋଟ ଗ୍ରହଣ  ପରଦିନ  ଦିଆଯାଉଥିବା  ଭୋଟ ହାର ଥିବା ତଫାତକୁ ନେଇ ନିର୍ବାଚନ ଅଧିକାରୀ କହିଛନ୍ତି ଭୋଟ ଗ୍ରହଣ ଦିନ ଘଣ୍ଟାକୁ ଘଣ୍ଟା  ଯେଉଁ   ଭୋଟ ହାର ପ୍ରଦାନ କରାଯାଏ ତାହା ସମ୍ଭାବ୍ୟ ଭୋଟ ହାର ଦିଆଯାଏ। ତାହା ଫୋନ ମାଧ୍ୟମରେ ସଂଗ୍ରହ କରାଯାଇ ଦିଆଯାଇଥାଏ। ଭୋଟ ଗ୍ରହଣ ପର ଦିନ ଯେଉଁ ଭୋଟ ହାର ପ୍ରଦାନ କରାଯାଏ ତାହା ସଠିକ  ଭୋଟ ହାର।   ୧୭ ସି ଫର୍ମ  ନେଇ ନିର୍ବାଚନ ଅଧିକାରୀ କହିଛନ୍ତି  ଭୋଟ ଗ୍ରହଣ ସରିବା ପରେ  ଦଳୀୟ ପାର୍ଟିର ଏଜେଣ୍ଟକୁ. ୧୭ସି. ଫର୍ମ ଦିଆଯାଇଥାଏ। ତେଣୁ ରାଜନୈତିକ ଦଳମାନେ ସେମାନଙ୍କ ଏଜେଣ୍ଟଙ୍କ ଠାରୁ ୧୭ ସି ଫର୍ମ  ସଂଗ୍ରହ କରନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.