ଭୁବନେଶ୍ବର, ୧୮।୮ : ଓଡିଶାରେ  ସେପ୍ଟମ୍ବର ମାସରେ ଏସଆଇଆର ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଆରମ୍ଭ ହେବ ।  ୨୪ବର୍ଷ ପରେ ଭୋଟ ତାଲିକା ସଂଶୋଧନ କରାଯିବ। ଶେଷଥର ପାଇଁ ୨୦୦୨ ମସିହାରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। 

ଏହା ସହିତ ବିରୋଧୀ ଦଳ ପକ୍ଷରୁ ଭୋଟ ଚୋରି ନେଇ ଅଣାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି।  ଭୋଟ ଚୋରୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିଛନ୍ତି।   ଏପିକ ନମ୍ବରକୁ ନେଇ ଅଣାଯାଇଥିବା ଅଭିଯୋଗ ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,  ଓଡ଼ିଶାର ୭ ହଜାର ଏପିକ ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ  ଭୋଟର କାର୍ଡ ଦିଆଯାଇଛି।   ଏଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା।  ଏହା  ଗୁଜରାଟର ଭୋଟରଙ୍କ ସହିତ ମିଶୁଥିଲା।  ଏହାକୁ  ବଦଳାଯାଇ  ସାନି କାର୍ଡ ଦିଆଯାଇଛି ।  ବାକି ୨ ହଜାର ଏପିକ ନମ୍ବର କର୍ଣ୍ଣାଟକ, ଝାଡ଼ଖଣ୍ଡ ପଂଶ୍ଚିମବଙ୍ଗ ସହିତ ମିଶୁଥିଲା। ଏହି ଏପିକ ନମ୍ବର କେବଳ ଭୋଟ ପରିଚୟ ପତ୍ର ଚିହ୍ନଟ ପାଇଁ  ଦିଆଯାଇଛି।  ଏହି ଏପିକ ନମ୍ବରରେ କେହି  ଭୋଟ ଦେଇପାରିବେ ନାହିଁ।  ବର୍ତ୍ତମାନ ସ୍ୱତନ୍ତ୍ର  ଏପିକ ନମ୍ବର ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦାନ କରାଯିବ।

ବିଜେଡି  ଅଭିଯୋଗର ଜବାବ ରଖିଛନ୍ତି  ରାଜ୍ୟ ନିର୍ବଚାନ ଅଧିକାରୀ । ବିଧାନସଭା ଓ ଲୋକସଭା ଭୋଟିଂ ବ୍ୟବଧାନ ନେଇ ସିଇଓ ସୂଚନା ଦେଇ କହିଛନ୍ତି ଯେ,ଜଣେ ଭୋଟର ବିଧାନସଭାରେ  ଭୋଟ ଦେଇଥିବା ବେଳେ  ଲୋକସଭାରେ ଦେଇନାହାନ୍ତି।  ଯେଉଁଥିପାଇଁ ଲୋକସଭା ଏବଂ ବିଧାନସଭା  ଭୋଟିଙ୍ଗ ତାରତମ୍ୟ  ଦେଖିବାକୁ ମିଳିଛି। ଭୋଟ ଗ୍ରହଣ ସରିବା ପରେ  ବିଳମ୍ବିତ ରାତିରେ ଦିଆଯାଉଥିବା ଭୋଟ ହାର  ଏବଂ  ଭୋଟ ଗ୍ରହଣ  ପରଦିନ  ଦିଆଯାଉଥିବା  ଭୋଟ ହାର ଥିବା ତଫାତକୁ ନେଇ ନିର୍ବାଚନ ଅଧିକାରୀ କହିଛନ୍ତି ଭୋଟ ଗ୍ରହଣ ଦିନ ଘଣ୍ଟାକୁ ଘଣ୍ଟା  ଯେଉଁ   ଭୋଟ ହାର ପ୍ରଦାନ କରାଯାଏ ତାହା ସମ୍ଭାବ୍ୟ ଭୋଟ ହାର ଦିଆଯାଏ। ତାହା ଫୋନ ମାଧ୍ୟମରେ ସଂଗ୍ରହ କରାଯାଇ ଦିଆଯାଇଥାଏ। ଭୋଟ ଗ୍ରହଣ ପର ଦିନ ଯେଉଁ ଭୋଟ ହାର ପ୍ରଦାନ କରାଯାଏ ତାହା ସଠିକ  ଭୋଟ ହାର।   ୧୭ ସି ଫର୍ମ  ନେଇ ନିର୍ବାଚନ ଅଧିକାରୀ କହିଛନ୍ତି  ଭୋଟ ଗ୍ରହଣ ସରିବା ପରେ  ଦଳୀୟ ପାର୍ଟିର ଏଜେଣ୍ଟକୁ. ୧୭ସି. ଫର୍ମ ଦିଆଯାଇଥାଏ। ତେଣୁ ରାଜନୈତିକ ଦଳମାନେ ସେମାନଙ୍କ ଏଜେଣ୍ଟଙ୍କ ଠାରୁ ୧୭ ସି ଫର୍ମ  ସଂଗ୍ରହ କରନ୍ତୁ।