ଭୁବନେଶ୍ୱର ୨୯/୦୫: ଏସ୍ଆଇଆର୍ ନେଇ ରାଜ୍ୟ ନିର୍ବାଚନ ଅଧିକାକରୀଙ୍କ ଆରଏସ ଗୋପଲନ ପ୍ରେସ୍ମିଟ୍ । ଶନିବାରଠୁ ଆରମ୍ଭ ହେବ SIR ପ୍ରକ୍ରିୟା। ଜୁନ ୨୮ଯାଏ ଚାଲିବ । ୪୫ ହଜାର ୨୫୫ ବୁଥ୍ ଲେବୁଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ସମସ୍ତଙ୍କ ତାଲିମ ସରିଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ। ଏହା ସହ ୩୧ ହଜାର ୨୬ ବୁଥ ଲେବୁଲ ଏଜେଣ୍ଟ ମଧ୍ୟ ଦେଇଛନ୍ତି। ସକାଳେ ଘର ଘର ବୁଲି ଗଣନା କରିବେ। ପ୍ରତିଦିନ ସନ୍ଧ୍ୟାରେ ୩ ଟାରୁ ୫ଟା ବୁଥରେ ଉପସ୍ଥିତ ରହିବେ ବିଏଲଓ।
ରାଜ୍ୟରେ ବର୍ତ୍ତମାନ୍ ସୁଦ୍ଧା ୯୫ ପ୍ରତିଶତ ଅର୍ଥାତ ୩କୋଟି ୧୬ ଲକ୍ଷ ୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଙ୍ଗ ସରିଛି। ୧୭ ପ୍ରତିଶତ ସାମାନ୍ୟ ତ୍ରୁଟି ବାହାରିଛି। ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି। ଡୋର ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ। ମ୍ୟାପଙ୍ଗ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ। ଭୋଟର ଚାହିଁଲେ ନୂଆ ଫଟୋ ଦେଇ ପାରିବେ। ସବୁ ଭୋଟରଙ୍କୁ ୨ ଟା ଫାର୍ମ ଦିଆଯିବ। ପ୍ରମାଣ ପାଇଁ ନିଜେ ଗୋଟିଏ ଫର୍ମ ରଖିବେ। ଆଉ ଗୋଟିଏ ଫର୍ମ ବିଏଲ୍ଓଙ୍କୁ ଦେବେ। ହିଟ୍ଓ୍ବେଭ ସତର୍କତା ମାନି କାମ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ। ଅଣ ଭାରତୀୟଙ୍କୁ ତାଲିକାରୁ ବାଦି ଦିଆଯିବାକୁ ଏସ୍ଆଇଆର୍ କହିଲେ ସିଇଓ।