ହରଭଙ୍ଗା,୩୧।୫ : ବୌଦ୍ଧ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ରେ ବିଭିନ୍ନ ଶୈବ ପୀଠରେ ମହା ସମାରୋହରେ ଶୀତଳ ଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି l ହରଭଙ୍ଗା ବ୍ଲକର ବହୁ ପୁରାତନ ବିରାମଚନ୍ଦ୍ର ପୁରର ବାବା ସୁବରନେଶ୍ୱର, ବୁରୁବୁଡ଼ା ବାବା ଗୁପ୍ତେଶ୍ୱର,ହରଭଙ୍ଗା ବାବା ଆଦେଶ୍ୱର, ରାମଗଡ ବାବା କେଦାରେଶ୍ୱର,ଚାରିଛକ,କରଡ଼ି, ସରସରା, କରଞ୍ଜ କଟା ଆଦି ଶୈବ ପୀଠରେ ବୈଦିକ ରୀତିନୀତିରେ ମାତା ସୀତା ଓ ମହାଦେବଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି l
ହିନ୍ଦୁ ରୀତିରେ କନ୍ୟା ଅନ୍ୱେଷଣ, ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ,ମହା ଆଡମ୍ବରରେ ବାରନୁଗମନ,ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବେଦୀରେ ବିବାହ,କନ୍ୟା ପିତାଙ୍କ କନ୍ୟାଦାନ, ଯାନୀ ଯୌତୁକ ସହିତ କନ୍ୟା ବିଦାୟ କାର୍ଯ୍ୟ ସମାପନ ହୋଇଯାଇଛି l
ସେହିପରି ବାବା ଗୁପ୍ତେଶ୍ୱରଙ୍କ ବିବାହରେ ବାବା ଙ୍କ ମାନସ ପିତା ମାତା ଭାବେ ଛେଳିଲେଣ୍ଡି ଗ୍ରାମର ମନୋଜ ପ୍ରଧାନ ଓ ଧର୍ମପତ୍ନୀ କ୍ରିଷ୍ଣା ପ୍ରଧାନ ଏବଂ ମାତା ପାର୍ବତୀ ଙ୍କ ମାନସ ପିତାମାତା ଭାବେ ତିଲେଶ୍ୱର ଗ୍ରାମର ଦଣ୍ଡପାଣି ବେହେରା ଓ ତାଙ୍କ ଧର୍ମ ପତ୍ନୀ ସ୍ନେହଲତା ବେହେରା କାର୍ଯ୍ୟ ସମ୍ପାଦନ କରିଥିଲେ l ଅନ୍ୟ ପଟେ ଏହି ଅବସରରେ ଶୈବ ପୀଠ ଓ ଗ୍ରାମ ଗୁଡିକ ରେ ନାମ ଯଜ୍ଞ, ଅନ୍ନ ଯଜ୍ଞ, ଭଜନ ସମାରୋହ, ସାମାଜିକ କଥାବସ୍ତୁ ନେଇ ନାଟକ, ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l
ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ଆଧାରିତ l ହିନ୍ଦୁ ଧର୍ମର ଶୈବ ପୂରଣ ରେ ବର୍ଣିତ ଅନୁଯାଇ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷ ପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ କରିଥିଲେ। ସତୀ ବିବାହ ବୟସ ହେବାରୁ ପିତାଙ୍କ ଅନିଛା ସତ୍ତେ୍ବ ଶ୍ମଶାନ ବାସି ମହାଦେବ ଙ୍କୁ ବିବାହ କରନ୍ତି l ଯଜ୍ଞ ସ୍ଥଳରେ ଦକ୍ଷ ପ୍ରଜାପତି ଶିବଙ୍କୁ ଅପମାନିତ କରିବାରୁ ସତୀ ଅସହ୍ୟ ହୋଇ ଯଜ୍ଞ କୁଣ୍ଡରେ ଝାସ ଦିଅନ୍ତି l ଯଜ୍ଞ କୁଣ୍ଡରେ ସତୀଙ୍କ ଝାସ ଜାଣି ମହାଦେବ ଯଜ୍ଞସ୍ଥଳ ଧ୍ବଂସ କରି କୁଣ୍ଡରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରି ବୁଲାନ୍ତି l ଏହି ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକା ସୁର ଅତ୍ୟାଚାରର ସୀମା ଉଲଂଘନ କରେ l ଅସୁରର ଅତ୍ୟାଚାରରେ ଦେବଗଣ ଭୟଭୀତ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶନ୍ତି l ମାତ୍ର ବ୍ରହ୍ମା ଧ୍ୟାନ ବଳରେ ଶିବଙ୍କ ଔରସର ଜନ୍ମିତ ସନ୍ତାନ ତାରକାଶୁରକୁ ବଧ କରିବ ବୋଲି ପ୍ରକାଶ ପରେ ଆଦି ମାତା ପାର୍ବତୀଙ୍କୁ ଦେବଗଣ କୋଠର ତପସ୍ୟା କରନ୍ତି l ତପସ୍ୟାରେ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି l ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ମଞ୍ଚମୀରେ ମାତା ପାର୍ବତୀ ଓ ମହାଦେବଙ୍କ ପୁନଃ ମିଳନ ହୁଏ l ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ଶାନ୍ତ ଓ ଶୀତଳ ହୁଅନ୍ତି l ଏହି ଦେବ ଦମ୍ପତିଙ୍କ ମହା ମିଳନ ବା ବିବାହକୁ ଲୋକାଚାରରେ ଶୀତଳ ଷଷ୍ଠୀ ଭାବେ ସବୁ ଶୈବ ପୀଠରେ ଆବାହନ କାଳରୁ ପାଳନ କରାଯାଉଛି l ଶିବ ରୁଦ୍ର ଓ ମାତା ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରନ୍ତି l ଗ୍ରୀଷ୍ମ ଋତୁ ପୃଥିବୀ ପୃଷ୍ଠ ରୁ ବିଦାୟ ଓ ବର୍ଷା ଆଗମନ ସମୟରେ ଶିବ ଓ ପାର୍ବତୀ ଙ୍କ ବିବାହ ଉତ୍ସବକୁ ନେଇ ହୁଏ ଶୀତଳ ଷଷ୍ଠୀ l ଏହି ଶୀତଳ ଷଷ୍ଠୀଯାତ୍ରା ସମ୍ବଲପୁର ଠାରେ ଓଡିଶା ପ୍ରସିଦ୍ଧ ଅଟେ।