ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବିଶାଖାପାଟଣା ବିମାନ ବନ୍ଦରରୁ ୬ଟି ନୀଳ ଜିଭ ବିଶିଷ୍ଟ ସରିସୃପ ଉଦ୍ଧାର, ୨ ଗିରଫ

Published By : Rasmita Pradhan | November 27, 2024 2:19 PM

ହାଇଦ୍ରାବାଦ, ୨୭/୧୧ : ବିଶାଖାପାଟଣା ବିମାନ ବନ୍ଦରରୁ ୬ଟି ନୀଳ ଜିଭ ଥିବା ସରିସୃପ ଉଦ୍ଧାର। ଏହି ସରିସୃପ ଗୁଡ଼ିକୁ ଥାଇଲାଣ୍ଡ ଚାଲାଣ କରାଯାଉଥିବା ବେଳେ ବିମାନବନ୍ଦରରୁ ଡିଆରଆଇ ଉଦ୍ଧାର କରିଛି। ସରିସୃପ ଚାଲାଣ କରିବା ଅଭିଯୋଗରେ ୨ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି। 

ସୂଚନାନୁଯାୟୀ, ନଭେମ୍ଵର ୨୩ ତାରିଖ ଦିନ ୨ ଜଣ ଯାତ୍ରୀ ବିଶାଖାପାଟଣାରୁ ଥାଇଲାଣ୍ଡ ନୀଳ ଜିଭ ବିଶିଷ୍ଟ ସରିସୃପ ବେଆଇନ ଭାବେ ଚାଲାଣ କରୁଥିବା ନେଇ ଡିଆରଆଇ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ଡିଆରଆଇ ବିମାନ ବନ୍ଦରରେ ଚଢାଉ କରିଥିଲା। ଚଢାଉ ବେଳେ ୨ ଜଣ ଯାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଥିଲା। ସେମାନଙ୍କ ବ୍ୟାଗ୍‌ରୁ ୬ଟି କେକ୍ ପ୍ୟାକେଟ୍‌ରୁ ୬ଟି ଜୀବନ୍ତ ନୀଳ ଜିଭ ଥିବା ସରିସୃପ ମିଳିଥିଲା। ଏହି ସରିସୃପ ଗୁଡ଼ିକୁ ଡିଆରଆଇ ଉଦ୍ଧାର କରିଛି। ଏହା ସହ ବେଆଇନ ଜନ୍ତୁ ଚାଲାଣ ଅଭିଯୋଗରେ ଏହି ଦୁଇ ଯାତ୍ରୀଙ୍କୁ ଗିରଫ କରିଛି। ଏନେଇ ଡିଆରଆଇ ଅଧିକ ତଦନ୍ତ ଜାରି ରଖିଛି। 



 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.