ପ୍ରମୂଖ ଖବର
  • ଯାଜପୁର : ଟ୍ରାନ୍ସଫର୍ମର ଚୋରି ଗ୍ୟାଙ୍ଗ ଗିରଫ, କାର୍ ସହ ବହୁ ସାମଗ୍ରୀ ଜବତ
  • ||
  • ଗଞ୍ଜାମ : ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘର ଭିତରେ ପଡ଼ିଛି ରକ୍ତାକ୍ତ ମୃତଦେହ
  • ||
  • ମାଲକାନଗିରି : ଧମତରି ଜିଲ୍ଲାରେ ମାଓ ଡମ୍ପ୍ ଠାବ, ଲ୍ୟାଣ୍ଡମାଇନ୍‌ ଏବଂ ବୋମା ଜବତ
  • ||
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଭାରସାମ୍ୟ ହରାଇ ଦୋକାନ ଘରକୁ ପିଟିଲା କାର୍,୫ ଏମବିବିଏସ ଛାତ୍ରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ

Published By : prameya | May 1, 2025 10:12 AM

ନୂଆଦିଲ୍ଲୀ,୦୧/୦୫: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୋକାନ ଘରକୁ ପିଟିଲା କାର୍। ଫଳରେ ୫ ଏମବିବିଏସ ଛାତ୍ରଙ୍କ ସମେତ  ୬ ଜଣଙ୍କ ମୃତ୍ୟୁ ହୋଇଛି।  ସ୍ଥାନୀୟ ଲୋକ ଏବଂ ପୋଲିସଙ୍କ ଅନୁସାରେ,ମୁମ୍ବାଇ ହାଇୱେର ପୋଥିରେଡ୍ଡିପାଲେମରେ ଏକ ଦୋକାନ ଘର ଭିତରକୁ କାରଟି ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା। 

ସ୍ଥାନୀୟ ଲୋକେ ଏନେଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। କାରରେ ଥିବା ସମସ୍ତ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ପାଞ୍ଚ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସ କହିଛି ଯେ କାରଟି ଯେଉଁ ଦୋକାନ ଘରେ ପ୍ରବେଶ କରିଥିଲା ସେହି ଘରର ବାସିନ୍ଦା ଭେଙ୍କଟ ରମଣାୟାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଡାକ୍ତରଙ୍କ କହିବା ମୁତାବକ,କଡପା ନିବାସୀ ନବନୀତ ଶଙ୍କର ନାମକ ଅନ୍ୟ ଜଣେ ଛାତ୍ରଙ୍କ ଅବସ୍ଥା ସ୍ଥିର ଅଛି।  ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହ କ୍ଷତିପୂରଣ ଦେବା ନେଇ କହିଛନ୍ତି । 








Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.