ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

MaRRs ଇଣ୍ଟରନ୍ୟାସନାଲ୍‌ ସ୍ପେଲିଙ୍ଗ ବି’ର ନ୍ୟାସନାଲ୍‌ ରାଉଣ୍ଡ ଜିତିଲେ ଓଡ଼ିଆ ଝିଅ ସିୟୋନା ପଟ୍ଟନାୟକ

Published By : Tapas Panda | November 18, 2024 9:01 PM

ଭୁବନେଶ୍ବର: ମୁମ୍ବାଇର ଜିସିସି ଇଣ୍ଟରନ୍ୟାସନାଲରେ ମାର୍ସ ଇଣ୍ଟରନ୍ୟାସନାଲ ସ୍ପେଲିଙ୍ଗ ବି’ର ଜାତୀୟ ଫାଇନାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୯ ଓ ୧୦ ନଭେମ୍ବରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବାଲେଶ୍ବର ଝିଅ ସିୟୋନା ପଟ୍ଟନାୟକ।  

ମାର୍ସ ଇଣ୍ଟରନ୍ୟାସନାଲ ସ୍ପେଲିଙ୍ଗ ବି(ଏମଆଇଏସବି) କାର୍ଯ୍ୟକ୍ରମ ଯାହା ସମଗ୍ର ଏସିଆ ମହାଦେଶରେ ସ୍କୁଲ ସ୍ତରରେ ଆୟୋଜନ କରାଯାଇଥାଏ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପିଲାମାନଙ୍କର ଶବ୍ଦ ଉଚ୍ଚାରଣକୁ ଆହୁରି ସହଜ କରିବା, ଶବ୍ଦକୋଷ ଓ ଯୋଗାଯୋଗ ଦକ୍ଷତାକୁ ବଢାଇବା। ପ୍ରଥମରୁ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବିଶ୍ବର ସର୍ବବୃହତ୍ତ ଭାଷା ଶିକ୍ଷା ପ୍ରତିଯୋଗିତା । ଏହି ପ୍ରତିଯୋଗିତା ପ୍ରଥମେ ସ୍କୁଲ ପରେ ରାଜ୍ୟ, ଦେଶ ଓ ଶେଷରେ ଅନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହୋଇଥାଏ।

ଏହି ପ୍ରତିଯୋଗିତାର ଏକାଦଶ ରାଉଣ୍ଡରେ ବିଜୟୀ ହେବା ସହ ଅନ୍ତର୍ଜାତୀୟ ରାଉଣ୍ଡ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ସିୟୋନା ପଟ୍ଟନାୟକ । ଆଉ ତାଙ୍କର ଏହି ବିଜୟ ଓଡ଼ିଶା ପାଇଁ ଆଣିଦେଇଛି ଗର୍ବ ଓ ଗୌରବ। ବାଲେଶ୍ବର ଜିଲ୍ଲା ରାଣୀପାଟଣା ଅଞ୍ଚଳର ସବ୍ୟସାଚୀ ପଟ୍ଟନାୟକ ଓ ତପସ୍ବିନୀ ଦାସ ପଟ୍ଟନାୟକଙ୍କ ଝିଅ ସିୟୋନା ପଟ୍ଟନାୟକ ପୂର୍ବରୁ ଓଡ଼ିଶା ରାଜ୍ୟ ସ୍ତରୀୟ ଚାମ୍ପିଅନସିପ୍‌ ଜିତି ସାରିଛନ୍ତି ।  ଆଉ ଏବେ ଜାତୀୟ ଚାମ୍ପିୟନସିପ୍‌ରେ ମଧ୍ୟ ବାଜିମାତ କରିଛନ୍ତି ଓଡ଼ିଆ ଝିଅ ସିୟୋନା ପଟ୍ଟନାୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.