ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

IPL 2025: ଡ୍ରଗ୍ସ ଟେଷ୍ଟରେ ଫେଲ୍‌ କାଗିସୋ ରାବାଡା, ଆଇପିଏଲ ମଧ୍ୟରେ କ୍ରିକେଟରୁ ନିଲମ୍ବିତ

Published By : Tapas Panda | May 3, 2025 8:35 PM

Image Courtesy: wisden

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ସମସ୍ତ ପ୍ରକାରର କ୍ରିକେଟରୁ ସାମୟିକ ଭାବରେ ନିଲମ୍ବିତ କରାଯାଇଛି। ସେ ନିଷିଦ୍ଧ ଔଷଧ ବା ଡ୍ରଗ୍ସ ସେବନ କରିଥିବା କାରଣରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାବାଡା ନିଜର ଭୁଲ ସ୍ୱୀକାର କରି ଏକ ବିବୃତ୍ତି ଜାରି କରିଛନ୍ତି । ରାବାଡା କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ସ୍ବଦେଶ ଫେରିଥିଲେ ଏବଂ ସେବେଠାରୁ ସେ ଗୁଜରାଟ ଟାଇଟାନ୍ସରେ ଯୋଗ ଦେଇପାରି ନାହାଁନ୍ତି। 

ଗୁଜୁରାଟ ଟାଇଟାନ୍ସ ରାବାଡାଙ୍କୁ ୧୦.୭୫ କୋଟି ଟଙ୍କାରେ କିଣିଥିଲା ଏବଂ ସେ ଏହି ସିଜନରେ କେବଳ ୨ଟି ମ୍ୟାଚ୍ ଖେଳିପାରିଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ୪୧ ରନ ଦେଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ଏହା ପରେ, ମୁମ୍ବାଇ ବିପକ୍ଷରେ, ସେ ୪୨ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ଏହା ପରେ ହଠାତ୍ ଏପ୍ରିଲ ୨ ତାରିଖରେ ରାବାଡା ଆଇପିଏଲ ଛାଡି ସ୍ବଦେଶ ଫେରି ଯାଇଥିଲେ ।

 ଶନିବାର (ମେ ୩) ରେ ରାବାଡା ଦକ୍ଷିଣ ଆଫ୍ରିକା କ୍ରିକେଟର୍ସ ଆସୋସିଏସନ (SACA) ନାଁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି । ଏଥିରେ ତାଙ୍କର ଡ୍ରଗ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ହଠାତ୍ IPL ରୁ ଫେରିବାକୁ ପଡିଲା ବୋଲି ଲେଖିଛନ୍ତି । ରାବାଡା ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କୁ ଅସ୍ଥାୟୀ ଭାବରେ ନିଲମ୍ବିତ କରାଯାଇଛି। ESPN-Cricinfo ରିପୋର୍ଟ ଅନୁଯାୟୀ, ରାବାଡା ଜାନୁଆରୀ-ଫେବୃଆରୀରେ ଖେଳାଯାଇଥିବା SA20 ଲିଗ୍ ସମୟରେ ଏହି ଔଷଧ ବ୍ୟବହାର କରିଥିଲେ । ସେ MI କେପ୍ ଟାଉନ୍ ପାଇଁ ଖେଳୁଥିଲେ ।

ସେପଟେ ଯଦି ଆମେ ରିକ୍ରିଏସନାଲ୍‌ ଡ୍ରଗ୍ସ ବିଷୟରେ କଥା ହେବା, ତେବେ ଏଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧିକାରୀ ଡ୍ରଗଠାରୁ ଭିନ୍ନ, ଯାହାର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ। ଏପରି ଔଷଧ ବ୍ୟବହାର କରୁଥିବା ଖେଳାଳିମାନଙ୍କୁ କିଛି ବର୍ଷ ପାଇଁ ଖେଳରୁ ନିଷେଧ କରାଯାଏ । ଏଭଳି ଡ୍ରଗ୍ସ ମଜାମସ୍ତି କରିବାକୁ ସେବନ କରାଯାଏ । କିନ୍ତୁ ଏହାର  ବ୍ୟବହାରକୁ ସାଧାରଣତଃ ବେଆଇନ ବୋଲି ବିବେଚନା କରାଯାଏ । କିଛି ବର୍ଷ ପୂର୍ବେ ଇଂଲଣ୍ଡ ବ୍ୟାଟର ଆଲେକ୍ସ ହେଲ୍ସଙ୍କୁ ମଧ୍ୟ ସମାନ ଡ୍ରଗ୍ ବ୍ୟବହାର କରିବା ପରେ ନିଲମ୍ବିତ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.