ନୂଆଦିଲ୍ଲୀ: କେଦାରନାଥ ମନ୍ଦିର ନିକଟରୁ ମିଳିଲା ନିଖୋଜ ତୀର୍ଥଯାତ୍ରୀଙ୍କ କଙ୍କାଳ। ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ମନ୍ଦିରର ଉପର ଅଞ୍ଚଳରୁ ଏକ ନରକଙ୍କାଳ ଠାବ ହୋଇଛି। ଚୌରାବାରି ହିମବାହ ନିକଟରେ ଏକ ବର୍ଷ ଧରି ନିଖୋଜ ଥିଲେ ଜଣେ ତୀର୍ଥଯାତ୍ରୀ। ଏହି ତୀର୍ଥଯାତ୍ରୀଙ୍କ ଘର ତେଲେଙ୍ଗାନା ବୋଲି କୁହାଯାଉଛି।
ପୋଲିସ କହିଛି ଯେ,ବୁଧବାର କିଛି ବ୍ୟବସାୟୀ ଚୌରାବାରି ହିମବାହ ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ପଥର ମଧ୍ୟରେ ଏକ ମାନବ କଙ୍କାଳ ଦେଖିଥିବା ସୂଚନା ଦେଇଥିଲେ। କେଦାରନାଥରେ ବ୍ୟବସାୟ କରୁଥିବା ଏହି ବ୍ୟବସାୟୀ ମାନଙ୍କ ସୂଚନା ପାଇ ପୋଲିସ, କେଦାରନାଥରେ ନିୟୋଜିତ ପ୍ରଶାସନିକ ଦଳ ଏବଂ ଯାତ୍ରା ପରିଚାଳନା ବାହିନୀର ସଦସ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି କଙ୍କାଳଟିକୁ କେଦାରନାଥକୁ ଆଣିଥିଲେ।
ପୋଲିସ ଅନୁଯାୟୀ,କଙ୍କାଳ ନିକଟରୁ ଏକ ବ୍ୟାଗ ମିଳିଛି,ଯେଉଁଥିରେ ତୀର୍ଥଯାତ୍ରୀଙ୍କୁ ନୋମୁଲା ରୋଶୱନ୍ତ ଭାବରେ ଚିହ୍ନଟ କରାଯାଇଛି, ଯିଏକି ତେଲେଙ୍ଗାନାର ଜଗତିଆଲ ଜିଲ୍ଲାର ରାଜେଶ୍ୱରଓପେଟ ଗ୍ରାମର ବାସିନ୍ଦା ଥିଲେ।