ଭୁବନେଶ୍ୱର,୦୭/୧୧: ସ୍କୋଡା  ଅଟୋ ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ଏସ୍‌ୟୁଭି କାଇଲାକର ବଜାର ପ୍ରବେଶ  ହୋଇଛି । କମ୍ପାନିର ଏହି ଏସ୍‌ୟୁଭି ସବ୍‌  ୪ ମିଟର ବର୍ଗର ଆସିଛି । ୨୦୨୫ରେ ଲଞ୍ଚ ପୂର୍ବରୁ ଏହାକୁ ବିଶ୍ୱ ସାମ୍ନାକୁ ଆଣିଛି କମ୍ପାନି ।  ଏହାର ବଜାର ଦର ୭.୮୯ ଲକ୍ଷ ଟଙ୍କାରୁ  ଆରମ୍ଭ ହେଉଛି । ଯାନଟିରେ ଆରାମଦାୟକ ଯାତ୍ରା ଲାଗି କମ୍ପାନି ସର୍ବୋତ୍ତମ ଡ୍ରାଇଭିଂ  ଡାଇନାମିକ୍ସ, ଲୋଭନୀୟ ଇଣ୍ଟେରିୟର, ୪୪୬ ଲିଟରର ବୁଟ୍‌ ସ୍ପେଶ ରହିଛି ।  ନିରାପତ୍ତା ଲାଗି ରହିଛି ୬ଟି ଏୟାରବ୍ୟାଗ ।  ସ୍କୋଡାର ନୂଆ ଡିଜାଇନ ଲାଙ୍ଗୁଏଜ ସହ  ଏହାକୁ ପ୍ରସ୍ତୁତ କରାଯାଇଛି ।  

ଏଥିରେ ରହିଛି ୧.୦ ଟିଏସ୍‌ଆଇ  ଶକ୍ତିଶାଳୀ ଇଞ୍ଜିନ । ଏହା ସହ ଗ୍ରାହକ ୬ ସ୍ପିଡ ମାନୁଆଲ ଏବଂ ଅଟୋମେଟିକ  ଟ୍ରାନ୍ସମିଶନ ସୁବିଧା ପାଇବେ । ଯାନଟିର ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଏହି  ମଡେଲ ଦ୍ୱାରା ଭାରତରେ କମ୍ପାନି ଏହାର ଉପସ୍ଥିତିକୁ ଆହୁରି ଦୃଢ଼ କରିପାରିବ । 

ଏହି  ଅବସରରେ ସ୍କୋଡା ଅଟୋ ଇଣ୍ଡିଆର ସିଇଓ  କ୍ଲାୟସ ଜେଲିମର କହିଛନ୍ତି, ୪ ମିଟର ମଧ୍ୟରେ ଘରୋଇ ବଜାରରେ ଓ ଭାରତ ବଜାର ପାଇଁ ଏହି ମଡେଲଟିକୁ ଡିଜାଇନ କରାଯାଇଛି । ଅନ୍ତର୍ଜାତୀୟ ବଜାରକୁ  ନଜରରେ ମଧ୍ୟ ଏହି ମଡେଲରେ ସ୍ୱତନ୍ତ୍ର ଫିଚର ଯୋଡ଼ାଯାଇଛି ।