ଭୁବନେଶ୍ୱର,୦୫/୦୧: ୨୦୨୫ ସ୍କୋଡା ଅଟୋ ଇଣ୍ଡିଆ ଲାଗି ସ୍ମରଣୀୟ ବର୍ଷ ହୋଇଛି । ଘରୋଇ ବଜାରରେ କମ୍ପାନି ୨୫ ତମ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୭୨,୬୬୫ ୟୁନିଟ ଗାଡି ବିକ୍ରି ସହ ବ୍ରାଣ୍ଡ୍ ବାର୍ଷିକ ଭିତ୍ତିରେ ୧୦୭% ବିକ୍ରି ଅଭିବୃଦ୍ଧି ହାସଲ କରିଛି । ୨୦୨୪ରେ କମ୍ପାନି ୩୫, ୧୬୬ ୟୁନିଟ ଯାନ ବିକ୍ରି କରିଥିଲା । ଉତ୍ପାଦ, ବଜାର, ଗ୍ରାହକ ଟଚ୍ପଏଣ୍ଟ ଦୃଷ୍ଟିରୁ ୨୦୨୫ ସ୍କୋଡା ଅଟୋ ଇଣ୍ଡିଆ ପାଇଁ ସର୍ବବୃହତ ବର୍ଷ ପାଲଟିଛି ।

ଏହି ଅବସରରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ୍ ନିର୍ଦ୍ଦେଶକ ଆଶିଷ ଗୁପ୍ତା କହିଛନ୍ତି,୨୦୨୫ ବର୍ଷ ଆମ ପାଇଁ ସ୍ମରଣୀୟ । ଗ୍ରାହକ ଭରସା ଯୋଗୁ ଦୃଢ଼ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଛୁ । କାଇଲାକ୍ ମଡେଲକୁ ଗ୍ରାହକ ଢ଼େର ଭଲପାଇବା ଦେଇଛନ୍ତି । କୋଡିଆକ ମଡେଲ୍ ମଧ୍ୟ ବେଶ ପ୍ରଶଂସା ସାଉଣ୍ଟିଛି । ଅକ୍ଟାଭିଆର ଆର୍ଏସ୍ ଏହାର ଦୃଢ଼ତା ବଜାୟ ରଖିଛି । କୁସାକ ଏବଂ ସ୍ଲାଭିଆ ମଡେଲ ଗୁଡ଼ିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି । ୨୦୨୬ରେ ଗ୍ରାହକଙ୍କ ସହ ଯୋଡି ହେବା ଧାରା ୍ରଆହୁରି ଦୃଢ଼ କରିବା ଆମ ଲକ୍ଷ୍ୟ ।