ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

LoCରେ ପାକ୍ ସେନାର ଫାୟାରିଂ, ଜବାବ ଦେଲା ଭାରତୀୟ ସେନା

Published By : Ankita S | April 25, 2025 7:55 AM

ନୂଆଦିଲ୍ଲୀ,୨୫/୦୪: ପହଲଗାମ ଆତଙ୍କୀ ଆକ୍ରମଣରେ ସାରା ଦେଶରେ କ୍ରୋଧର ନିଆଁ । ପହଲଗାମରେ ବହିଥିବା ଲହୁ ଓ ଦେଶବାସୀଙ୍କ ଆଖିରୁ ଝରିଥିବା ଲୁହର ଜବାବ୍ ଦେବାକୁ ଦାବି ହୋଇଛି । ଏହାରି ଭିତରେ ପୁଣି ପାକିସ୍ତାନ ସେନା ଏଲଓସିରେ ଫାୟାରିଂ କରିଛି । ଗୁରୁବାର ରାତିତମାମ ପାକ୍ ସେନା ଫାୟାରିଂ କରିଥିବା ସୂଚନା ମିଳିଛି । ପାକ୍ ସେନାକୁ ଜବାବ୍ ଦେଇଛି ଭାରତୀୟ ସେନା । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ସେପଟେ ବନ୍ଦିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଛି । ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଦୁଇ ଆତଙ୍କୀ ବି ଆହତ ହୋଇଥିବା ସୂଚନା ମିଳିଛି ।

ଜଣେ ଅଧିକାରୀ କହିଛନ୍ତି,'ପାକିସ୍ତାନ ସେନା ସୀମାରେ ଛୋଟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଛି । ଆମ ସେନା ତାଙ୍କୁ ଜବାବ ଦେଇଛି । ବର୍ତ୍ତମାନ କିଛି କ୍ଷୟକ୍ଷତିର ସୂଚନା ନାହିଁ ।'

ପହଲଗାମ ଯିବେ ସେନାମୁଖ୍ୟ- ଜମ୍ମୁ କାଶ୍ମୀର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣର ହିସାବ ନେବ ଭାରତୀୟ ସେନା । ଆଜି ପହଲଗାମ ଗସ୍ତ କରିବେ ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ । ଏଲଓସି ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ରାହୁଲ ଗାନ୍ଧୀଙ୍କ କାଶ୍ମୀର ଗସ୍ତ- ଦେଶକୁ ଦୋହଲାଇ ଦେଇଛି ପହଲଗାମ ଆତଙ୍କୀ ଆକ୍ରମଣ । ଆଜି ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀର ଗସ୍ତ କରିବେ । ସେଠାରେ ଅନନ୍ତନାଗ ସରକାରୀ ମେଡ଼ିକାଲ କଲେଜରେ ଆହତଙ୍କୁ ଭେଟିବେ ।

ପହଲଗାମ ପ୍ରତିଶୋଧ ପ୍ରସ୍ତୁତି- ପହଲଗାମରେ ହୋଇଥିବା ବଡ଼ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତ । ପାକ୍‌କୁ ଜବାବ ଦେବାକୁ ତୟାରି ଆରମ୍ଭ ହୋଇଛି । ଯୁଦ୍ଧାଭ୍ୟାସ, କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି । ଭାରତୀୟ ବାୟୁସେନା ଓ ନୌସେନା ଆଲର୍ଟରେ ରହିଛି । ବାୟୁସେନା 'ଆକ୍ରମଣ' ଯୁଦ୍ଧାଭ୍ୟାସ କରିଛି । ସେହିପରି ନୌସେନା ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।   

କହ ରଖୁଛୁ କି, ଗତ ୨୨ ତାରିଖରେ ଭାରତର ଭୂସ୍ୱର୍ଗ ଜମ୍ମୁ କାଶ୍ମୀରର ପହଗାମରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୭ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ୧୭ ଜଣ ଆହତ ହୋଇଥିଲେ । ଏହାପରେ ଭାରତ ହାଇ ଆଲର୍ଟରେ ରହିଛି । ଆତଙ୍କୀଙ୍କୁ କଡ଼ା ଜବାବ୍ ଦେବାକୁ ପ୍ରସ୍ତୁତି କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.