ନୂଆଦିଲ୍ଲୀ : ଧୂମପାନ କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ, ଯେଉଁଥି ପାଇଁ ପ୍ରତିବର୍ଷ ୮୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ। ହାରାହାରି ଜଣେ ଭାରତୀୟ ବ୍ୟକ୍ତି ଗୋଟିଏ ଦିନରେ ପାଖାପାଖି ୫-୬ ସିଗାରେଟ୍‌ ପିଇଥାନ୍ତି । ହେଲେ ନିକଟରେ ଏକ ନୂଆ ଅଧ୍ୟୟନ ମାଧ୍ୟମରେ ଏହି ଖରାପ ଅଭ୍ୟାସ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି।  ଏହି କଥା ସାମ୍ନାକୁ ଆସିଛି ଯେ, ଧୂମପାନ କରୁଥିବା ବ୍ୟକ୍ତି ଦ୍ୱାରା ଗୋଟିଏ ସିଗାରେଟରେ ଜୀବନର ୨୦ ମିନିଟ୍‌ ହ୍ରାସ ପାଇ ପାରେ। 

ୟୁନିଭର୍ସିଟି କଲେଜ୍‌ ଲଣ୍ଡନ (ୟୁସିଏଲ)ର ଅଧ୍ୟୟନକାରୀଙ୍କ ଦ୍ୱାରା କରାଯାଇ ଥିବା ଏକ ନୂଆ ଅଧ୍ୟୟନ ଅନୁସାରେ, ମହିଳାମାନେ ପ୍ରତି ସିଗାରେଟ୍‌ରେ ହାରାହାରି ୨୨ ମିନିଟ୍‌ ହରାଉ ଥିବା ବେଳେ ପୁରୁଷମାନେ ୧୭ ମିନିଟ୍‌ ହରାଇ ଥାନ୍ତି।

ପ୍ରଥମ ଆକଳନ ଅନୁସାରେ, ପ୍ରତ୍ୟେକ ସିଗାରେଟ୍‌ରେ ଜୀବନରେ ପାଖାପାଖି ୧୧ ମିନିଟ୍‌ କମିଯାଏ । ହେଲେ ଲଙ୍ଗଟର୍ମ ପପୁଲେସନ ହେଲଥ୍‌ ଡାଟା ଉପରେ ଆଧାରିତ ନବୀନତମ ଅଧ୍ୟୟନରେ ଜଣାପଡ଼ିଛି ଯେ, ଧୂମପାନରେ ଉଭୟ ଲିଙ୍ଗର ଲୋକଙ୍କ ଜୀବନରେ ପ୍ରତି ସିଗାରେଟ୍ ହାରାହାରି ୧୦ ମିନିଟ୍‌ର ହ୍ରାସ ହୋଇଥାଏ।  

ୟୁ.କେର ହେଲଥ୍‌ ଆଣ୍ଡ ସୋସିଆଲ କେୟାର ବିଭାଗ ଦ୍ୱାରା କରାଯାଇ ଥିବା ରିସର୍ଚ୍ଚରେ ଏହି କଥା ଉପରେ ଫୋକସ କରାଯାଇଛି ଯେ , ଧୂମପାନରେ ହେଉଥିବା କ୍ଷତି ସଞ୍ଚୟୀ। ଏହାର ଅର୍ଥ ଏହା କି କୌଣସି ବ୍ୟକ୍ତି ଯେତେ ଶୀଘ୍ର ଧୂମପାନ ଛାଡ଼ିଥାଏ , ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ ଜିଇଁବାର ସମ୍ଭାବନା ସେତେ ଭଲ ହୋଇଥାଏ।

ଅଧ୍ୟୟନରେ ଏହି କଥା ଉପରେ ଧ୍ୟାନ ଦିଆଯାଇଛି କି , ଯଦି କୌଣସି ବ୍ୟକ୍ତି ୧ ଜାନୁୟାକୀରେ ଧୂମପାନ ଛାଡ଼ନ୍ତି ତ ତାଙ୍କୁ ତତ୍କାଳ ଲାଭ ହେବ । ଉଦାହରଣ ସ୍ୱରୂପ – 

୧-ପ୍ରତିଦିନ ୧୦ ସିଗାରେଟ ପିଉଥିବା ବ୍ୟକ୍ତି ଧୂମପାନ ଛାଡ଼ିବାର ମାତ୍ର ୮ଦିନ ଭିତରେ ନିଜ ଜୀବନର ଏକ ପୂରା ଦିନର କ୍ଷତିକୁ ରୋକି ପାରେ।

୨-ଫେବ୍ରୁଆରୀ ଯାଏ ତାଙ୍କୁ ଏକ ସପ୍ତାହର ଅତିରିକ୍ତ ଜୀବନ ମିଳି ପାରେ। 

୩-ଅଗଷ୍ଟ ସୁଦ୍ଧା ତାଙ୍କର ଆୟୂୁକାଳ ମାସେ ବଢିପାରେ। 

ଲେଖକ ଲେଖିଛନ୍ତି , ପ୍ରତିଦିନ ୧୦ଟି ସିଗାରେଟ୍ ପାନ କରୁଥିବା ବ୍ୟକ୍ତି ଯଦି ୧ ଜାନୁଆରୀ ୨୦୨୫ରେ ଧୂମପାନ ଛାଡ଼ି ଦିଅନ୍ତି ତ, ସେ ୮ ଜାନୁଆରୀ ସୁଦ୍ଧା ନିଜ ଜୀବନର ପୂରା ଦିନ , ୨୦ ଫେବ୍ରୁଆରୀ ଯାଏ ନିଜ ଜୀବନର ଏକ ସପ୍ତାହ ତଥା ୫ ଅଗଷ୍ଟ ଯାଏ ନିଜ ଜୀବନର ଏକ ମାସ ହରାଇବାରୁ ବଞ୍ଚାଇ ପାରିବେ। ବର୍ଷର ଶେଷ ସୁଦ୍ଧା ସେ ନିଜ ଜୀବନର ୫୦ଦିନ ହରାଇବାରୁ ରକ୍ଷା ପାଇ ପାରିବେ।  

ୟୁସିଏଲ ଆଲକୋହଲ ଏବଂ ତମାଖୁ ଅନୁସନ୍ଧାନ ଗ୍ରୁପ୍‌ର ପ୍ରମୁଖ ଅନୁସନ୍ଧାନ ଫେଲୋ ଡା. ସାରା ଜାକସନ କହିଛନ୍ତି, ଯେତେ ଶୀଘ୍ର କେହି ବ୍ୟକ୍ତି ଧୂମପାନ ଛାଡ଼ିଥାଏ , ସେ ସେତେ ହିଁ ଅଧିକ ଦିନ ଯାଏ ଜୀବିତ ରହିଥାଏ। କୌଣସି ବି ବୟସରେ ଧୂମପାନ ଛାଡ଼ିବାରେ ସ୍ୱାସ୍ଥ୍ୟରେ ଖୁବ୍‌ ସୁଧାର ହୋଇଥାଏ, ଲାଭ ପାଖାପାଖି ତୁରନ୍ତ ହିଁ ମିଳିଥାଏ। 

ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ପୁରୁଣା ରୋଗ ଦ୍ୱାରା ଚିହ୍ନିତ ଜୀବନର ଶେଷ ସମୟକୁ ହ୍ରାସ କରିବା ପରିବର୍ତ୍ତେ, ଧୂମପାନ ମୁଖ୍ୟତଃ ଜୀବନର ଅପେକ୍ଷାକୃତ ସୁସ୍ଥ ମଧ୍ୟ ବର୍ଷକୁ ଜୀବନକୁ ପ୍ରଭାବିତ କରିଥାଏ। ଉଦାହରଣତଃ , ଧୂମପାନ କରୁଥିବା ୬୦ ବର୍ଷିୟ ବ୍ୟକ୍ତିର ସ୍ୱାସ୍ଥ୍ୟ ପ୍ରୋଫାଇଲ ସାଧାରଣ ଭାବେ ଧୂମପାନ ନକରୁଥିବା ୭୦ ବର୍ଷିୟ ବ୍ୟକ୍ତି ଭଳି ହୋଇଥାଏ।