ପଟ୍ଟାମୁଣ୍ଡାଇ,୧୯/୦୩: ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ୧୦ ନଂ. ୱାର୍ଡରେ ଗ୍ରାମ ଦେବତୀଙ୍କ ପାଖରେ ଚାଲିଥିବା ଭାଗବତ ସପ୍ତାହ ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ତେବେ ଗ୍ରାମର ପ୍ରାୟ ୪୦୦ ଲୋକ ଖାଇବା ପରେ ଡାଲମା ହାଣ୍ଡିରେ ଏକ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ବିଷାକ୍ରାନ୍ତ ହେବା ଆଶଙ୍କା କରି ପ୍ରାୟ ୩୦ ଜଣ ତୁରନ୍ତ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ଡାକ୍ତରଙ୍କ କହିବା କଥା ସମସ୍ତେ ବିପଦମୁକ୍ତ ଅଛନ୍ତି । କାହାରି କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇନି । ତେବେ ଏହି ଘଟଣା ପ୍ରଚାର ପରେ ଭୋଜି ଖାଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି ।
ଅଧିକ ପଢ଼ନ୍ତୁ ;- SCB ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ : ପ୍ରମିଳା କହିଲେ ନୀତି ନୈତିକତା ଭୁଲିଗଲେଣି ମନ୍ତ୍ରୀ, ବିରୋଧୀଙ୍କ ମିଛ ସୁଆଙ୍ଗ କହି ଇରାଶିଷଙ୍କ କାଉଣ୍ଟର
ସୂଚନା ଥାଉକି, ବୁଧବାର ବିଳମ୍ବିତ ରାତ୍ରିରେ ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ୱାର୍ଡରେ ଚାଲିଥିଲା ଭାଗବତ ସପ୍ତାହ । ଏଥିପାଇଁ ୪୦୦ ଲୋକଙ୍କ ପ୍ରସାଦ ସେବନ ଲାଗି ଖାଦ୍ୟ ରନ୍ଧା ହୋଇଥିଲା । ହେଲେ ପ୍ରସାଦ ସେବନ ସମୟରେ ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଥିବା ଦେଖି ଲୋକେ ଭୟଭୀତ ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଚିକିତ୍ସା ହୋଇଛନ୍ତି । ଅନ୍ୟପଟେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା ପାଈଁ ଲମ୍ବା ଲାଇନ ଦେଖିବାକୁ ମିଳିଛି l