ଭୁବନେଶ୍ଵର, ୧୩/୧୧ : ମା' ପୁଅ ଶୋଇଥିବା ବେଳେ ମଶାରୀ ଭିତରୁ ବାହାରିଲା ସାପ। ଭୁବନେଶ୍ଵର ଉପକଣ୍ଠ ହଂସପାଳର କୃପାସିନ୍ଧୁ ରାଉତଙ୍କ ଘରେ ଏକ ଧଣ୍ଡ ସାପ ପଶିଥିଲା। ଖବର ପାଇ ସ୍ନେକ ହେଲ୍ପଲାଇନ୍ ସାପଟିକୁ ଉଦ୍ଧାର କରିଛି। ବିଷହୀନ ସାପ ହୋଇଥିବାରୁ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ ହଂସପାଳର କୃପାସିନ୍ଧୁ ରାଉତଙ୍କ ସ୍ତ୍ରୀ ଏବଂ ପୁଅ ମଶାରୀ ଟାଣି ଶୋଇଥିଲେ। ଭୋର୍ ୪ଟାରେ ମା' ଉଠି ମଶାରୀ ଖୋଲିବା ବେଳେ ତକିଆ ପାଖରେ ଏକ ସାପ ଶୋଇଥିବା ଦେଖିଥିଲେ। ଭୟରେ ପୁଅ ଚିଣ୍ଟୁକୁ ଉଠାଇଥିଲେ। ଏହାପରେ ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ସଦସ୍ୟ ରାଜେଶ୍ ସୂତାର ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଧଣ୍ଡ ସାପ ବୋଲି ଚିହ୍ନଟ କରିଥିଲେ। ଏହାପରେ ଏକ ବ୍ୟାଗ୍ ସାହାଯ୍ୟରେ ସାପଟିକୁ ଉଦ୍ଧାର କରିଥିଲେ। ଏହା ବିଷହୀନ ସାପ ହୋଇଥିବାରୁ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ସାପମାନେ ଥଣ୍ଡା ରକ୍ତ ଜାତୀୟ ପ୍ରାଣୀ ହୋଇଥବାରୁ ପରିବେଶରେ ଥଣ୍ଡା ସହି ପାରନ୍ତି ନାହିଁ । ଶୀତ ଋତୁରେ ଥଣ୍ଡା ବଢିବା ଦ୍ଵାରା ସାପମାନେ ଉଷୁମ ସ୍ଥାନ ଖୋଜି ଘର ଭିତରକୁ ପଶି ଆସନ୍ତି।