ପ୍ରମୂଖ ଖବର
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସବୁ କଟକଣାକୁ ବେଖାତିର୍, ସ୍ନାନମଣ୍ଡପରେ ଫଟୋ ଉଠାଇଲେ ପୁଲିସ ବାବୁ....

Published By : Prameya | June 13, 2025 11:42 AM

ପୁରୀ,୧୩/୦୬: ସବୁ କଟକଣାକୁ ଉଲ୍ଲଙ୍ଘନ କଲେ ପୁଲିସ ବାବୁ । ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ସାମ୍ନାରେ ଗଜପତି ମହାରାଜାଙ୍କ ଫଟୋ ଉତ୍ତୋଳନ କଲେ ଜଣେ ପୁଲିସ କର୍ମଚାରୀ । ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଆଶିଷ ନେଇ ଶ୍ରଦ୍ଧାଳୁମାନଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଉଥିବା ବେଳେ ଦାମୀ ମୋବାଇଲ୍‌ରେ ନିର୍ଭୟର ସହ ଫଟୋ ଉତ୍ତୋଳନ କରି ଚାଲିଥିଲେ ସମ୍ପୃକ୍ତ ପୁଲିସ ବାବୁ । 

ସାମ୍ନାରେ ମହାପ୍ରଭୁ, ମହାରାଜା ଗଜପତିଙ୍କ ସହ  ମାଳ ମାଳ ସେବାୟତ, ପାଖରେ ବରିଷ୍ଠ  ଅଧିକାରୀ ଓ ପଛରେ ହଜାର ହଜାର  ଶ୍ରଦ୍ଧାଳୁଙ୍କ ସହ ମାଳ ମାଳ କ୍ୟାମେରା  ଥିଲେ ମଧ୍ୟ ନିର୍ଭୟରେ ପୁଲିସ ବାବୁ  ଜଣକ ନିୟମ ଉଲ୍ଲଙ୍ଘନ କରିବାକୁ  ପଛାଇ ନଥିଲେ । ସାଧାରଣ ଶ୍ରଦ୍ଧାଳୁଟିଏ ଶ୍ରୀମନ୍ଦିର ଭିତରେ ଏହି ନିୟମ ଉଲ୍ଲଙ୍ଘନ କଲେ ମୋବାଇଲ୍‌ ଜବତ କରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୁଲିସ ।  ହେଲେ ଏଠାରେ ଖୋଦ୍‌ ବାଡ଼ ଫସଲ ଖାଇବା ଭଳି ପୁଲିସ ନିଜେ ନିୟମ ଉଲ୍ଲଙ୍ଘନ କରିଥିବା  ବେଳେ ଶୃଙ୍ଖଳିତ ବିଭାଗ ନିରବ ରହି ବେଆଇନ୍‌ କାର୍ଯ୍ୟକୁ ଚାପିବାକୁ ଉଦ୍ୟମ କରିଥିବା  ଅଭିଯୋଗ ହୋଇଛି । ଉକ୍ତ ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.