ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

Published By : Harapriya Sethi | January 18, 2025 8:10 AM

ଦାରିଙ୍ଗବାଡି,୧୮/୦୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶନିବାର ପୁଣି ତୁଷାର ପାତ ହୋଇଥିବା ଦେଖିବାକୁ ମିଳିଛି । ବିଲ ମାଳରେ ରହିଥିବା ପାଳ ଗଦା ଉପରେ ତୁଷାରପାତ ପଡ଼ିଥିବା ଦେଖିବାକୁ ମିଳିଛି । ତୁଷାରପାତ ଫଳରେ ହାତ ଗୋଡ଼ କାଲୁଆ ମାରି ଯାଉଛି । ଘରୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ହେଉ ଅବା ଶୀତ ବସ୍ତ୍ର ପରିଧାନ କରିବାକୁ ପଡ଼ୁଛି । ଆଉ କିଛି ଲୋକ ସକାଳୁ ସକାଳୁ ବ୍ୟାୟାମ କରିବାକୁ ବାହାରି ଯାଉଛନ୍ତି । 

ସକାଳେ ହେଉ ଅବା ସନ୍ଧ୍ୟାରେ ୨ ଚକିଆ ଯାନ ଚଲେଇବା ସମ୍ଭବ ହୋଇପାରୁ ନାହିଁ । ଦିନ ତମାମ କୋହଲା ପବନ ବହିବା ଯୋଗୁଁ ଶୀତରୁ ତ୍ରାହି ନାହିଁ । ତୁଷାର ପାତ ଯୋଗୁଁ ବୃଦ୍ଧ ବୃଦ୍ଧାଙ୍କ ଦୁଃଖ କଷ୍ଟ ବଢ଼ି ଯାଇଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକେ କାମ ଧନ୍ଦାକୁ ସଠିକ୍ ସମୟରେ ଯାଇ ପାରୁନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.