ଫିରିଙ୍ଗିଆ,୧୨/୧୨ : କନ୍ଧମାଳରେ ଏବେ ହାଡ଼ଭଙ୍ଗା ଶୀତ ଅରମ୍ଭ ହୋଇଛି । ଦିନକୁ ଦିନ ପାରଦ ଖସୁଛି । ଶୀତର  ପ୍ରକୋପ ବଢୁଛି । ଯାହାକି ଲେଉଟାଣି ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଫିରିଙ୍ଗିଆ ପଞ୍ଚାୟତ ତଂଡ୍ରି ଗାଁରେ ଧାନ ଖଳାରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି । ଖରା ଆସିଲେ ମଧ୍ଯ ଦିନ ତମାମ ଶୀତ ଲହରୀ ଜାରି ରହୁଛି । ଚଳିତ ବର୍ଷ ଫୁଲବାଣୀରେ ସର୍ବ ନିମ୍ନ ତାପମାତ୍ରା ୫.୫ଡିଗ୍ରୀ ରହିଛି । ଶୁକ୍ରବାରଠାରୁ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ଜାଡ଼ରେ ଥରୁଛି । ଫୁଲବାଣୀରେ ପାରଦ ହଠାତ ୫.୫ଡିଗ୍ରୀ ସେଲସିୟସକୁ ଖସି ଆସିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିଛି ।