ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆସୋଚାମ ପକ୍ଷରୁ ଓଡ଼ିଶା ଏଡୁ ମିଟ୍‌ସ ଓ ଏକ୍ସଲେନ୍ସ ଆୱାର୍ଡ: ସୋଆକୁ ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ପୁରସ୍କାର

Published By : Prameya | November 28, 2024 9:53 AM

ଭୁବନେଶ୍ୱର,୨୮/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ବିଶ୍ୱବିଦ୍ୟାଳୟକୁ ମିଳିଛି ବେଷ୍ଟ  ପ୍ରାଇଭେଟ ୟୁନିଭର୍ସିଟି ଆୱାର୍ଡ ବା  ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ  ପୁରସ୍କାର । ଆସୋଚାମ ପକ୍ଷରୁ  ଅନୁଷ୍ଠିତ ଓଡ଼ିଶା ଏଡୁ ମିଟ୍‌ସ ଓ  ଏକ୍ସଲେକ୍ସ ଆୱାର୍ଡ ଅବସରରେ ମୁଖ୍ୟ  ଅତିଥି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡଙ୍କଠାରୁ ବିଦ୍ୟାଳୟର  ସ୍ପନସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆନ  କନ୍‌ସଲଟାନ୍ସି ଡିନ ପ୍ରଫେସର ପ୍ରଶାନ୍ତ  କୁମାର ପାତ୍ର ଏବଂ ଛାତ୍ର ମଙ୍ଗଳ ଡିନ୍‌  ଜ୍ୟୋତି ରଞ୍ଜନ ଦାସ ଏହି ପୁରସ୍କାର  ଗ୍ରହଣ କରିଥିଲେ ।  

ଶିକ୍ଷା ଓ ସମାଜ ଗଠନରେ  ଅନନ୍ୟ ଭୂମିକା ପାଇଁ ଏହି ସ୍ୱତନ୍ତ୍ର  ଆୱାର୍ଡ ପାଇଛି ସୋଆ । ୨୮ ବର୍ଷ  ଭିତରେ ଶିକ୍ଷା କ୍ଷେତ୍ରରେ ନିରନ୍ତର  ଯୋଗଦାନ ସହ ଏକ ପ୍ରମୁଖ ସ୍ଥାନ  ଅଧିକାର କରିଛି ସୋଆ । ମେଡିକାଲ,  ଇଞ୍ଜିନିୟରିଂ, ଡେଣ୍ଟାଲ, ଏଗ୍ରିକଲ୍‌ଚର,  ଭେଟେରିନାରୀ ଓ ମ୍ୟାନେଜମେଣ୍ଟ ଭଳି  କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ  ପାରିଛି ଏହି ବିଶ୍ୱବିଦ୍ୟାଳୟ । ଶିକ୍ଷା  ସହ ପ୍ରତ୍ୟେକଟି ଛାତ୍ରଛାତ୍ରୀ ଜଣେ  ଜଣେ ଉଦ୍ୟୋଗୀ ଭାବେ ନିଜକୁ  ପ୍ରତିଷ୍ଠା କରିବା ସହ ସେମାନଙ୍କ ପାଇଁ  ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଛି । ଏହି  ଅବସରରେ ଡିନ୍‌ ଶ୍ରୀ ପାତ୍ର କହିଛନ୍ତି,  ବିଶ୍ୱବିଦ୍ୟାଳୟରେ ୨୦ଟି ରିସର୍ଚ୍ଚ  ସେଣ୍ଟର ରହିଛି । ଏହାଦ୍ୱାରା ଗବେଷଣା  କାର୍ଯ୍ୟକୁ ତ୍ୱରାନ୍ୱିତ କରଯାଉଛି । ଶିକ୍ଷା  ସହ ଗବେଷଣା କାର୍ଯ୍ୟକ୍ରମକୁ ସୋଆ  ଆହୁରି ଦୃଢ଼ କରିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.