ଭୁବନେଶ୍ୱର,୨୮/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ବିଶ୍ୱବିଦ୍ୟାଳୟକୁ ମିଳିଛି ବେଷ୍ଟ  ପ୍ରାଇଭେଟ ୟୁନିଭର୍ସିଟି ଆୱାର୍ଡ ବା  ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ  ପୁରସ୍କାର । ଆସୋଚାମ ପକ୍ଷରୁ  ଅନୁଷ୍ଠିତ ଓଡ଼ିଶା ଏଡୁ ମିଟ୍‌ସ ଓ  ଏକ୍ସଲେକ୍ସ ଆୱାର୍ଡ ଅବସରରେ ମୁଖ୍ୟ  ଅତିଥି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡଙ୍କଠାରୁ ବିଦ୍ୟାଳୟର  ସ୍ପନସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆନ  କନ୍‌ସଲଟାନ୍ସି ଡିନ ପ୍ରଫେସର ପ୍ରଶାନ୍ତ  କୁମାର ପାତ୍ର ଏବଂ ଛାତ୍ର ମଙ୍ଗଳ ଡିନ୍‌  ଜ୍ୟୋତି ରଞ୍ଜନ ଦାସ ଏହି ପୁରସ୍କାର  ଗ୍ରହଣ କରିଥିଲେ ।  

ଶିକ୍ଷା ଓ ସମାଜ ଗଠନରେ  ଅନନ୍ୟ ଭୂମିକା ପାଇଁ ଏହି ସ୍ୱତନ୍ତ୍ର  ଆୱାର୍ଡ ପାଇଛି ସୋଆ । ୨୮ ବର୍ଷ  ଭିତରେ ଶିକ୍ଷା କ୍ଷେତ୍ରରେ ନିରନ୍ତର  ଯୋଗଦାନ ସହ ଏକ ପ୍ରମୁଖ ସ୍ଥାନ  ଅଧିକାର କରିଛି ସୋଆ । ମେଡିକାଲ,  ଇଞ୍ଜିନିୟରିଂ, ଡେଣ୍ଟାଲ, ଏଗ୍ରିକଲ୍‌ଚର,  ଭେଟେରିନାରୀ ଓ ମ୍ୟାନେଜମେଣ୍ଟ ଭଳି  କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ  ପାରିଛି ଏହି ବିଶ୍ୱବିଦ୍ୟାଳୟ । ଶିକ୍ଷା  ସହ ପ୍ରତ୍ୟେକଟି ଛାତ୍ରଛାତ୍ରୀ ଜଣେ  ଜଣେ ଉଦ୍ୟୋଗୀ ଭାବେ ନିଜକୁ  ପ୍ରତିଷ୍ଠା କରିବା ସହ ସେମାନଙ୍କ ପାଇଁ  ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଛି । ଏହି  ଅବସରରେ ଡିନ୍‌ ଶ୍ରୀ ପାତ୍ର କହିଛନ୍ତି,  ବିଶ୍ୱବିଦ୍ୟାଳୟରେ ୨୦ଟି ରିସର୍ଚ୍ଚ  ସେଣ୍ଟର ରହିଛି । ଏହାଦ୍ୱାରା ଗବେଷଣା  କାର୍ଯ୍ୟକୁ ତ୍ୱରାନ୍ୱିତ କରଯାଉଛି । ଶିକ୍ଷା  ସହ ଗବେଷଣା କାର୍ଯ୍ୟକ୍ରମକୁ ସୋଆ  ଆହୁରି ଦୃଢ଼ କରିବ ।