ଭୁବନେଶ୍ୱର, ୩୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୋଆ ମୁଖ୍ୟ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି, ଅରୁଣାଚଳ ପ୍ରଦେଶର ନିର୍ଦ୍ଦେଶକ ପ୍ରଫେସର ମୋହନ ଭି. ଅୱାରେ। ଏହି ସାକ୍ଷାତ ଆଲୋଚନା ସମୟରେ ଦୁଇ ବିଶିଷ୍ଟ ଶିକ୍ଷାବିତ୍‌ ଶିକ୍ଷା କ୍ଷେତ୍ରକୁ ନେଇ ଅନେକ ଆଲୋଚନା କରିଥିଲେ ।