ଭୁବନେଶ୍ୱର,୫/୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ (ଆଇଏଏସ୍‌) ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭେଟେରୀନାରୀ ସାଇନସେସ୍‌ ଆଣ୍ଡ ଆନିମଲ୍‌ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଚ୍‌) ର ୨୦୨୪ -୨୫ ବ୍ୟାଚ୍‌ ପ୍ରଥମ ବର୍ଷ ବି.ଏସ୍‌ସି (ଅନର୍ସ) ଏଗ୍ରିକଲ୍‌ଚର, ଏମ୍‌.ଏସସି ଏଗ୍ରିକଲ୍‌ଚର ଓ  ବ୍ୟାଚଲର୍‌ ଅଫ୍‌ ଭେଟେରୀନାରୀ ସାଇନସ୍‌ ଆଣ୍ଡ ଆନିମଲ୍‌ ହଜ୍‌ବ୍ୟାଣ୍ଡରୀ (ବିଭିଏସ୍‌ସି ଆଣ୍ଡ ଏଏଚ୍‌) ଛାତ୍ରଛାତ୍ରୀମାନଙ୍କ ପାଇଁ ସୋମବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳା, ସମାୟାନୁବର୍ତିିତା, କଠିନ ପରିଶ୍ରମ ଏହି ତିନୋଟି ଜିନିଷ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ରହିବା ଆବଶ୍ୟକ ବୋଲି କହିଥିଲେ । ଛାତ୍ରଛାତ୍ରୀମାନେ ସୋଆ ଭଳି ବିଶ୍ୱବିଦ୍ୟାଳୟ ଶିକ୍ଷାଗ୍ରହଣ କରିବା ପାଇଁ ଚୟନ କରିଛନ୍ତି ଯାହା କି ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁସନାଲ୍‌ ର‌୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାକ୍‌ (ଏନ୍‌ଆଇଆର୍‌ଏଫ୍‌) ଅନୁଯାୟୀ ୨୦୨୪ରେ ଦେଶର୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆ କଂଟ୍ରୋଲର ଅଫ୍‌ ଏଗଜାମିନେସନ୍‌ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଂଜନ ଦାସ ଓ ଆଇଏଏସ୍‌ର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ଶିକ୍ଷାନୀତି -୨୦୨୦ ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିବା ସହିତ କିପରି ଛାତ୍ରଛାତ୍ରୀମାନଙ୍କ ପୂର୍ଣ୍ଣ ବିକାଶ ହେବ ସେ ବିଷୟରେ ଆଇଏଏସ୍‌ର ଏଂଟୋମୋଲୋଜି ବିଭାଗର ପ୍ରଫେସର ସନ୍ତୋଷ କୁମାର ପଣ୍ଡା ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଆଇଏଏସ୍‌ର ଏକ୍ସଟେନ୍ସନ୍‌ ଆଣ୍ଡ କମନ୍‌ ର ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭେଟେରୀନାରୀ ସାଇନସେସ୍‌ ଆଣ୍ଡ ଆନିମଲ୍‌ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଚ୍‌) ର ୨୦୨୪ -୨୫ ବ୍ୟାଚ୍‌ର ପ୍ରଥମ ବର୍ଷ ବ୍ୟାଚଲର୍‌ ଅଫ୍‌ ଭେଟେରୀନାରୀ ସାଇନସ୍‌ ଆଣ୍ଡ ଆନିମଲ୍‌ ହଜ୍‌ବ୍ୟାଣ୍ଡରୀ (ବିଭିଏସ୍‌ସି ଆଣ୍ଡ ଏଏଚ୍‌)ର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆୟୋଜିତ ସ୍ୱତନ୍ତ୍ର ଓରିଏଂଟେସନ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆକୁ ଅଧ୍ୟୟନ କରିବା ନିମନ୍ତେ ଚୟନ କରିଥବାରୁ ସମସ୍ତ ନୂତନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରାଣୀମାନେ କଥା କହି ନ ପାରିଲେ ମଧ୍ୟ କାର୍ଯ୍ୟକଳାପ ମାଧ୍ୟମରେ ନିଜର ଭାବନାକୁ ପରିପ୍ରକାଶ କରିଥାଆନ୍ତି । ପ୍ରାଣୀ ଓ ସେମାନଙ୍କର ଭାବନାକୁ କେବଳ ପ୍ରାଣୀ ଚିକିତ୍ସକମାନେ ହିଁ ବୁଝିପାରନ୍ତି । ଛାତ୍ରଛାତ୍ରୀମାନେ ଏଭଳି ଏକ ସେବାଗତ ବୃତି ଚୟନ କରିବାରେ ସେମାନଙ୍କ ଅଭିଭାବକଙ୍କର ସହଯୋଗ ରହିଛି । ଏଠାରେ କ୍ଳିନିକ୍‌ ସହ ଲାଇଭଷ୍ଟକ୍‌ ଫାର୍ମିଙ୍ଗର ମଧ୍ୟ ବ୍ୟବସ୍ଥା ରହିଛି ବୋଲି ପ୍ରଫେସର ନନ୍ଦ କହିଛନ୍ତି ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କହିଥିଲେ ଯେ ଶୃଙ୍ଖଳା, ସମାୟାନୁବର୍ତିତା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କର ଏକ ଅବ୍ୟଚ୍ଛେଦ ଅଙ୍ଗ । ଏହି ବୃତିଗତ ଶିକ୍ଷାକୁ ଅଧ୍ୟୟନ କରିବା ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଚୟନ କରିବା ସେମାନଙ୍କ ସର୍ବୋତମ ନିଷ୍ପତି ବୋଲି ପ୍ରଫେସର ଦାସ କହିଥିଲେ ।  ଏହି କାର୍ଯ୍ୟକ୍ର୍ରମରେ ଆଇଭିଏସ୍‌ଏଚ୍‌ର ଡିନ୍‌ ପ୍ରଫେସର (ଡାକ୍ତର) ବ୍ରହ୍ମଦେବ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆସୋସିଏଟ୍‌ ଡିନ୍‌ ପ୍ରଫେସର ସୁଶାନ୍ତ କୁମାର ଦାସ ଛାତ୍ରଛାତ୍ରୀମାନଙ୍କୁ ଏହି ଭେଟେରିନାରୀ କ୍ୟାରିଅର୍‌ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଆଇଭିଏସ୍‌ଏଚ୍‌ର ଆନିମଲ୍‌ ଜେନେଟିକ୍ସ ଆଣ୍ଡ ବ୍ରିଣ୍ଡିଙ୍ଗ୍‌ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗଙ୍ଗାଧର ନାୟକ ଛାତ୍ରଛାତ୍ରୀମାନଙ୍କୁ ଏକାଡେମିକ୍‌ ଓ ପରୀକ୍ଷା ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ଆଇଭିଏସ୍‌ଏଚ୍‌ ସ୍ତ୍ରୀ ବିଭାଗର ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ରବିନ୍ଦ୍ର ମୋହନ ମହାରଥା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଭିସିସି ଆଣ୍ଡ ଏଲ୍‌ଏଫ୍‌ସିର ଚେୟାରମ୍ୟାନ୍‌ ମନିଟରିଂ କମିଟିର ଅଧ୍ୟକ୍ଷ ପ୍ରଫେସର (ଡାକ୍ତର) ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।