ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ସୋଆ ଏସ୍‌ଏଚ୍‌ଏମ୍‌ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍‌ କୁକ୍‌’ ଆଣ୍ଡ ‘ୱି କ୍ୟାନ୍‌ ବେକ୍‌’ ଆରମ୍ଭ…

Published By : Ladu Kishor | June 3, 2025 9:59 PM

ଭୁବନେଶ୍ୱର ୦୩/୦୬: ଖାଦ୍ୟ ରନ୍ଧନ ଖୁବ୍‌ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍‌ ନିଆରା। କେବଳ ଖାଦ୍ୟ ସୁସ୍ୱାଦ ହେବା ଯେତିକି ଜରୁରୀ ନୁହେଁ ବରଂ ଶରୀର ପାଇଁ ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ। ସୋଆ ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ମଙ୍ଗଳବାର ମହିଳା ମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍‌ କୁକ୍‌’ ଆଣ୍ଡ ‘ୱି କ୍ୟାନ୍‌ ବେକ୍‌’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପ୍ରଫେସର ପ୍ରଧାନ । 

ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ଦୁଇ ସପ୍ତାହ ବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳା ମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ଠିକ୍‌ ଭାବେ ପରଷି ପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏସ୍‌ଏଚ୍‌ଏମ୍‌ର ଡିନ୍‌ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି । ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ ବୋଲି ସେ କହିଥିଲେ । 

 ୪ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ରାନ୍ଧଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରୁ ୬୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଯୋଗ ଦେଇଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତୀୟ ଖାଦ୍ୟ ଯେପରିକି କବାବ ଏବଂ ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ, ପୁଷ୍ଟିକର  କନ୍‌ଟିନେଂଟାଲ୍‌ ଓ ଚାଇନିଜ, ବିଭିନ୍ନ ପ୍ରକାରର ମକ୍‌ଟେଲ୍‌ ଓ ବେକରୀ ଜାତୀୟ ଖାଦ୍ୟ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯିବ । ପ୍ରତ୍ୟେକ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ୍‌ କୋର୍ଡିନେଟର ତଥା ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.