ଭୁବନେଶ୍ଵର, ୧୦/୦୪ : ସାବୁନରେ ମୁହଁ ଧୋଉଛନ୍ତି କି ? ତାହେଲେ ପଢନ୍ତୁ ଏହି ଖବର। ଆପଣଙ୍କ ଚେହେରା ପାଇଁ କ୍ଷତିକାରକ ସାବୁନ। ମୁହଁ ଧୋଇବା ପାଇଁ କେବେ ସାବୁନର ବ୍ୟବହାର କରିବା ଉଚିତ୍ ନୁହେଁ। କାରଣ ଏଥିରେ ବହୁ କ୍ଷତିକାରକ ତତ୍ତ୍ଵ ରହିଛି। ବହୁ ଲୋକଙ୍କ ତ୍ଵଚାର ପିଏଚ୍ ୫.୫ ହୋଇଥାଏ, କିନ୍ତୁ ବଜାରରେ ମିଳୁଥିବା ସାବୁନର ପିଏଚ୍ ୯ କିମ୍ଵା ତା ଠାରୁ ଅଧିକ ଥାଏ। ତେଣୁ ଚେହେରାରେ ସାବୁନ ବ୍ୟବହାର କଲେ ତ୍ଵଚାର ପିଏଚ୍ ଲେବୁଲ୍ ବଦଳିଯାଏ।
ନିୟମିତ ଭାବରେ ସାବୁନରେ ମୁହଁ ଧୋଇଲେ ଧୀରେ ଧୀରେ ତ୍ଵଚାରୁ ପ୍ରାକୃତିକ ତୈଳ ହ୍ରାସ ହୁଏ। ଫଳରେ ତ୍ଵଚା ଶୁଷ୍କ ହୋଇଯାଏ। କେବଳ ସେତିକି ନୁହେଁ ସାବୁନର ଅତ୍ୟଧିକ ବ୍ୟବହାର ଯୋଗୁଁ, କମ୍ ବୟସରେ ମୁହଁରେ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ଦେଖାଦେବା ଆରମ୍ଭ ହୁଏ। କମ୍ ବୟସରେ ମଧ୍ୟ ଅଧିକ ବୟସ୍କ ଦେଖାଯାଆନ୍ତି। ବଜାରରେ ମିଳୁଥିବା ସାବୁନରେ ଏପରି ଅନେକ ଉପାଦାନ ଅଛି, ଯାହା ଆପଣଙ୍କ ତ୍ୱଚା ପାଇଁ ସମସ୍ୟା ସୃଷ୍ଟି କରିପାରେ। କେତେବେଳେ ଏହି ସମସ୍ୟା ଏବଂ ଆଲର୍ଜି ଏତେ ଗୁରୁତର ହୋଇଯାଏ ଯେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଥାଏ।
ସାବୁନ ବଦଳରେ ଆପଣ ଫେସ୍ ୱାଶ୍ ବ୍ୟବହାର କରିବା ଉଚିତ। ଏହା ବ୍ୟତୀତ, ଚର୍ମର ପ୍ରକାର ଅନୁସାରେ ତିଆରି ହୋଇଥିବା ମୃଦୁ କ୍ଲିନଜର ମଧ୍ୟ ବ୍ୟବହାର କରାଯାଇପାରିବ। ତେବେ ଚର୍ମ ସମ୍ବନ୍ଧୀୟ ବିଷୟରେ ଅଧିକ ସୂଚନା ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହି ଆଲ୍ଲେଖ୍ୟଟି ପାଠକଙ୍କ ଭିତରେ ସଚେତନତା ବୃଦ୍ଧି ପାଇଁ ଲେଖାଯାଇଛି।