ଚନ୍ଦାହାଣ୍ଡି ,୧୮।୧ ;  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦରରେ  ରହିଥିବା ପାନାବେଡା ଯୁକ୍ତ ୨ ଏବଂ ଯୁକ୍ତ ୩ ମହାବିଦ୍ୟାଳୟରେ  ବିଭିନ୍ନ    ଦୁର୍ନୀତି ହୋଇଥିବା ଅଭିଯୋଗ କରି କଲେଜ ଗେଟ ଆଗରେ ଧାରଣାରେ ବସିଛନ୍ତି ଚନ୍ଦାହାଣ୍ଡି ବ୍ଲକ ସମାଜସେବୀ l ଏହାର ଉପଯୁକ୍ତ ତଦନ୍ତ କରି ଉଚିତ ପଦକ୍ଷେପ  ନ ନେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ନ ଉଠିବା ସହ ରାସ୍ତାରେ ବିକ୍ଷୋଭ ପଦର୍ଶନ କରିବେ ବୋଲି  କହିଛନ୍ତି। 

ସମାଜସେବୀମାନେ  ଏକ ୮ ଦଫା ଦାବୀପତ୍ର ବଣ୍ଟନ କରିଛନ୍ତି l ଏଥିରେ ଯୁକ୍ତ ୨ ଏବଂ ଯୁକ୍ତ ୩ ରେ ୨୦୧୧ ପର୍ଯ୍ୟନ୍ତ ସମସ୍ତ ଅନୁଦାନର ଉଚ୍ଚସ୍ତରୀୟ ତଦନ୍ତ  କରାଯିବା ସହ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ଦିଆ ଯାଇଥିବା  କର୍ମଚାରୀଙ୍କ ସଠିକ ଯାଞ୍ଚ  କରାଯିବ।  ମହାବିଦ୍ୟାଳୟକୁ ବିଭିନ୍ନ ଭିତ୍ତିଭୂମି   ନିର୍ମାଣର ଅର୍ଥ ଅପବ୍ୟହାର , ନବୀନ ଓଡିଶା ଏବଂ ନୂଆ ଓଡ଼ିଶାର ଆର୍ଥିକ ଦୁର୍ନୀତି ର ତଦନ୍ତ , ଯୁକ୍ତ ୩ ବିଜ୍ଞାନର ସମ୍ମାନ ବିଭାଗ ଖୋଲିବା ସହ ବାଳିକା ଅନ୍ତେବାସ ଖୋଲା ଯାଉ l ଯୁକ୍ତ୨  ବୋର୍ଡ ପରୀକ୍ଷା ରେ ପାସ କରାଇ ଦେବା ନିମନ୍ତେ ଅଧ୍ୟାପକ ମାନଙ୍କ ଛାତ୍ର ଛାତ୍ରୀ ଙ୍କ ଠାରୁ ଅର୍ଥ ସଂଗ୍ରହ ବନ୍ଦ କରାଯାଉ  ବୋଲି ଦାବୀ ପତ୍ର ରେ ଉଲ୍ଲେଖ ରହିଛି l ଏଥିରେ ସମାଜସେବୀ ଶେଷମଳ ହରିପାଳ,  ଅଭୟ ଭୋଇ, ଡ଼ମ୍ଭରୁଧର ହେରନା, ଥବିର ଜାଲ, ଗଜେନ୍ଦ୍ର କୁମାର ନାୟକ, ଯାଦବ ଗୋପାଳ, ମାଲଖମ ଜଗତ ପ୍ରମୁଖ ସାମିଲ ରହି ଅନସନ ରେ ବସିବା ସହ ଏହାର ଉପଯୁକ୍ତ ତଦନ୍ତ ନହେବା ପ୍ରଯ୍ୟନ୍ତ ଧାରଣା ରୁ ଉଠିବେ ନାହିଁ ବୋଲି କହିଛନ୍ତି।

ଏ ସମ୍ପର୍କରେ ଯୁକ୍ତ୨  ଅଧ୍ୟକ୍ଷ ନଳିନୀ କୁମାର ଦାସ ଏବଂ ଯୁକ୍ତ ୩  ଅଧ୍ୟକ୍ଷ ଦ୍ୱାରିକା ନାଥ ବାଗଙ୍କୁ ଯୋଗାଯୋଗ କରା ଯିବାରୁ  ଅଭିଯୋଗକୁ ଅସ୍ବୀକାର  କରିଛନ୍ତି। l ଛାତ୍ର ଙ୍କୁ ପାସ କରି ଦେବା ନିମନ୍ତେ କୌଣସି ଅର୍ଥ ସଂଗ୍ରହ କରାଯାଉ ନାହିଁ l  ଯୁକ୍ତ ୩  ଅର୍ଥନୀତି ଅଧ୍ୟାପକ କଲେଜ ରେ ରହିଛନ୍ତି l  ଏଠାରେ ନିଯୁକ୍ତି ଉପଜିଲ୍ଲାପାଳ କମିଟିର ମୁଖ୍ୟ   ରହିଛନ୍ତି । କଲେଜ ଅଧ୍ୟକ୍ଷ ନିଯୁକ୍ତି ଦେଉ ନାହାନ୍ତି l  କିମ୍ବା ଏଠାରେ କୌଣସି ଅନୁଦାନ ର ଅର୍ଥ ହେରଫେର କରଯାଉ ନାହିଁ l ଏହା କଲେଜ କୁ ବଦନାମ କରିବାର ଏକ ଷଡ଼ଯନ୍ତ୍ର ବୋଲି ସେମାନେ ପ୍ରକାଶ କରିଛନ୍ତି l