ଭୁବନେଶ୍ଵର, ୨୮/୧୧ : ବିଧାନସଭାର ଶୂନ୍ୟକାଳରେ ଉଠିଲା ବାରବାଟୀ ପ୍ରସଙ୍ଗ। ବାରବାଟୀ ଷ୍ଟାଡିଅମକୁ ବିଶ୍ଵସ୍ତରୀୟ କରିବାକୁ ଦାବି କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍। ସେ କହିଛନ୍ତି ଯେ, ପୂର୍ବରୁ ଏନେଇ ଘୋଷଣା ହୋଇଥିଲା କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଆଗକୁ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଅଛି। ବିସିସିଆଇ ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଷ୍ଟାଡିଅମର ଉନ୍ନତିକରଣ କରାଯାଉ।
ସୋଫିଆ କହିଛନ୍ତି ଯେ, କଂଗ୍ରେସ ସମୟରେ ବାରବାଟୀ ଷ୍ଟାଡିଅମ ନିର୍ମାଣ ହୋଇଥିଲା। ୨୪ ବର୍ଷ ବିଜେଡି ସରକାରରେ ବାରବାଟୀ ଷ୍ଟାଡିଅମକୁ ଅବହେଳା କରାଗଲା। ଶେଷ ଆଡ଼କୁ ପୂର୍ବତନ ସରକାର ବିଶ୍ୱସ୍ତରୀୟ ଷ୍ଟାଡିଅମ୍ କରିବାକୁ ଘୋଷଣା କଲେ। ଏ ସରକାରକୁ ଦେଢ ବର୍ଷରୁ ଅଧିକ ସମୟ ବିତିଗଲା କିନ୍ତୁ ବିଶ୍ୱସ୍ତରୀୟ ଷ୍ଟାଡିଅମରେ ଅପଗ୍ରେଡ କରାଗଲା ନାହିଁ। ତେଣୁ ଏଥିପ୍ରତି ସରକାର ଗୁରୁତ୍ଵ ଦେଇ ତୁରନ୍ତ ଏହାକୁ ଅପଗ୍ରେଡ୍ କରାଯାଉ।