ପ୍ରମୂଖ ଖବର
  • ୧୨ରେ ନୂଆ ସରକାର ଶପଥ ଗ୍ରହଣ, ବିଏମ୍‌ସି ଅଞ୍ଚଳରେ ଅଧା ଦିନ ଛୁଟି
  • ||
  • କୋରାପୁଟ: ରେଳ ଧାରଣାରୁ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ବିଜେପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା: ଜେ.ପି ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ, ଦୌଡ଼ରେ ଏକାଧିକ ନେତା
  • ||
  • ଭାରତ-ପାକ୍‌ ମ୍ୟାଚ୍‌ରେ ଚାଲିଥିବା ବେଳେ ଆଖି ବୁଜିଲେ ଏମ୍‌ସିଏ ସଭାପତି, ମୃତ୍ୟୁ ବେଳକୁ ହୋଇଥିଲା ୪୭ ବର୍ଷ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: କାନାଡାକୁ ଭେଟିବ ପାକିସ୍ତାନ, ‘କର ବା ମର’ ସ୍ଥିତିରେ ବାବର ବାହିନୀ
  • ||
  • ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ, ୧୨ରେ ଶପଥ ଉତ୍ସବ
  • ||
  • ରାଜ୍ୟରେ ଆଣ୍ଠେଇଛି ମୌସୁମୀ : ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି, ୧୫ ପୂର୍ବରୁ ବର୍ଷା ନାହିଁ
  • ||

'ଏହା ସ୍ବାଧିନ କାଶ୍ମୀର ନୂହେଁ, ପାକିସ୍ତାନ ଅଧିକୃତ କାଶ୍ମୀର'; ଶେହବାଜ ସରିଫଙ୍କୁ ପିଓକେବାସୀଙ୍କ ଧମକ

Image source: HindustanTimes

ନୂଆଦିଲ୍ଲୀ,୧୫/୦୫: ପିଓକେରେ ଚାଲିଥିବା ହିଂସାତ୍ମକ ବିରୋଧ ମଧ୍ୟରେ କାଶ୍ମୀରର ଯୁବକମାନେ ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମୁଜାଫରବାଦର କିଛି ଯୁବକ କହିଛନ୍ତି ଯେ ଏହା 'ସ୍ବାଧିନ କାଶ୍ମୀର' ନୁହେଁ ବରଂ 'ପାକିସ୍ତାନ ଏହାକୁ ଦଖଲ କରିଛି'। ଯୁବକମାନେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ସର୍ବଦା ଆଜାଦ କାଶ୍ମୀରର ଚିତ୍ର ଦେଖାଇବାକୁ ଚେଷ୍ଟା କରେ, କିନ୍ତୁ ମୌଳିକ ଆବଶ୍ୟକତା ପୂରା କରିବାରେ ଅକ୍ଷମ। 

କହିରଖୁଛୁ ଯେ, ପାକିସ୍ତାନ ପିଓକେକୁ ଆଜାଦ କାଶ୍ମୀର ବୋଲି କହିଆସୁଛି ଏବଂ କାଶ୍ମୀର ଦିବସ ଫେବୃଆରୀ ୫ ରେ ପାଳନ କରାଯାଉଛି। ପିଓକେର ଯୁବକମାନେ ପାକିସ୍ତାନୀ ୟୁଟ୍ୟୁବର ଶୋଏବ ଚୌଧରୀଙ୍କ ସହ ବାର୍ତ୍ତାଳାପରେ ସ୍ୱର ଉତ୍ତୋଳନ କରିଛନ୍ତି। କାଶ୍ମୀରବାସୀ କହିଛନ୍ତି ଯେ ପାକିସ୍ତାନ କେବଳ ଆମକୁ ଶୋଷଣ କରୁଛି। ପିଓକେରେ କୌଣସି ପ୍ରକାରର ବିକାଶ ନାହିଁ। ଏଠାରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା ଖରାପ ଅବସ୍ଥାରେ ଅଛି, ପିଲାମାନଙ୍କ ପାଇଁ ଭଲ ବିଦ୍ୟାଳୟ ନାହିଁ। 

ପିଓକେ ଲୋକଙ୍କ ବିରୋଧରେ ପାକିସ୍ତାନ ଅତ୍ୟାଚାର କରିଛି ବୋଲି କହିଛନ୍ତି ପିଓକେ ବାସୀ। କାଶ୍ମୀରର ଯୁବକମାନେ କହିଛନ୍ତି ଯେ, ପାକିସ୍ତାନ ଆମ ପାଇଁ କୌଣସି ପ୍ରକାରର କ୍ଷତି ସହିବାକୁ ଚାହୁଁ ନାହୁଁ। ଆମେ ମଧ୍ୟ ଚାହୁଁନାହୁଁ ଯେ ଭାରତ ଆମ ପାଇଁ କୌଣସି କ୍ଷତି ସହୁ। କାଶ୍ମୀରର ଯୁବକମାନେ ମଧ୍ୟ ବିଶ୍ବାସ କରିଛନ୍ତି ଯେ, ଭାରତର ଅଂଶ ଥିବା କାଶ୍ମୀରରେ ବିକାଶର ଛାପ ପଡ଼ିସାରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.