ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରିଲିଜ୍‌ ହେଲା ‘କଲ୍‌କୀ ୨୮୯୮ ଏଡି’ର ଟ୍ରେଲର୍‌, ହଲିଉଡ୍‌ ଫିଲ୍ମ ‘ଡ୍ୟୁନ୍‌’ ସହ ତୁଳନା କଲେ ନେଟିଜେନ୍ସ

ମୁମ୍ବାଇ ୧୧/୦୬: ଜୋରଦାର ଆକ୍ସନ୍‌... ଦମ୍‌ଦାର ସିନ୍‌ । ଐତିହାସିକ ଡ୍ରାମାରେ ସବୁ ପ୍ରକାର ମନୋରଞ୍ଜନର ଖୋରାକ ପାଇବେ ସିନେପ୍ରେମୀ । ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ର ଟ୍ରେଲର୍‌ରେ ଏହାର ଝଲକ୍‌ ସାମ୍ନାକୁ ଆସିଛି । ଅମିତାଭ ବଚ୍ଚନ, ପ୍ରଭାସ, ଦୀପିକା ପାଦୁକୋନଙ୍କ ଭଳି ଷ୍ଟାର୍‌ ଗୋଟିଏ ଫିଲ୍ମରେ ଏକାଠି ହୋଇଛନ୍ତି ଯେତେବେଳେ, ସିନେପ୍ରେମୀଙ୍କ ଉତ୍ସାହ ବହୁଗୁଣିତ ହେବା ସ୍ୱାଭାବିକ କଥା । ସଦ୍ୟ ମୁକ୍ତିପ୍ରାପ୍ତ ଟ୍ରେଲର୍‌ ଦେଖିବା ପରେ ସିନେପ୍ରେମୀଙ୍କଠାରେ ଏହି ଉତ୍ସାହ ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବହୁ ପ୍ରତିକ୍ଷୀତ ଏହ ଫିଲ୍ମର ଟ୍ରେଲର୍‌ ଫ୍ୟାନ୍‌ଙ୍କ ହୃଦୟ ଜିତିଛି । 

ଟ୍ରେଲର ଜରିଆରେ ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ର ନିର୍ମାତା ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି ଯେ ଶେଷ ପର୍ଯ୍ୟନ୍ତ ଫିଲ୍ମ ଦର୍ଶକଙ୍କୁ ବାନ୍ଧି ରଖିବ । ଟ୍ରେଲର୍‌ରେ ଜଟିଳ ସିକ୍ୱେନ୍ସ, ଏଡିଟିଂ, ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ସିନେପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛି । ପ୍ରଭାସଙ୍କୁ ବେଶ ଚମତ୍କାର ଢଙ୍ଗରେ ଉପସ୍ଥାପନ କରାଯାଇଛି । ଅନ୍ୟ ସମସ୍ତ ଫିଲ୍ମରେ ତାଙ୍କ ଚରିତ୍ରଠୁ ଏହି ଲୁକ୍‌ ସମ୍ପୂର୍ଣ୍ଣ ରୂପେ ନୂଆ ଓ ଭିନ୍ନ । ଫ୍ୟାନ୍‌ ଫିଲ୍ମରେ ତାଙ୍କ ଲୁକ୍‌କୁ ଖୁବ୍‌ ପସନ୍ଦ କରୁଛନ୍ତି । ‘ସାଲାର’ ପରେ ଦର୍ଶକ ପ୍ରଭାସଙ୍କୁ ବଡ଼ ପରଦାରେ ଦେଖିବାକୁ ଚାତକ ପରି ଚାହିଁଛନ୍ତି ସିନେପ୍ରେମୀ । ଫିଲ୍ମର ପ୍ରତ୍ୟେକ ଚରିତ୍ର ନିଆରା ଅନ୍ଦାଜ୍‌ରେ ପରଦାରେ ନଜର ଆସିଛି । ଟ୍ରେଲର୍‌କୁ ଲୋକେ ହଲିଉଡ୍‌ ଫିଲ୍ମ ‘ଡ୍ୟୁନ୍‌’ ସହ ତୁଳନା କରୁଛନ୍ତି । 




‘କଲ୍‌କୀ ୨୮୯୮ ଏଡି’ରେ ବିଜ୍ଞାନ ସମ୍ପର୍କିତ ଦିଗ ମଧ୍ୟ ଦେଖିବାକୁ ମିଳିବ । ଭୈରବ ଅର୍ଥାତ୍‌ ପ୍ରଭାସ ଫିଲ୍ମରେ ଜଣେ ଇଞ୍ଜିନିୟର ଭାବେ ନଜର ଆସିବେ । ଫିଲ୍ମରେ ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରୁ କିଛି ଜରୁରି ତଥ୍ୟ ନିଆଯାଇଛି । ଏଥିରେ ଅଶ୍ୱତ୍ଥାମା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହି ଚରିତ୍ର ନିର୍ବାହ କରିଛନ୍ତି ଅମିତାଭ ବଚ୍ଚନ । ଫିଲ୍ମରେ ତାଙ୍କର ଯୁବା ସମୟ ମଧ୍ୟ ଦେଖିବାକୁ ମିଳିବ, ଯାହାକୁ ଏଆଇ ଜରିଆରେ ପ୍ରସ୍ତୁତ କରାଯାଇଛି । ତେବେ ଫିଲ୍ମରେ ଦୀପିକାଙ୍କ ଚରିତ୍ର ବିଷୟରେ କୌଣସି ତଥ୍ୟ ନିର୍ମାତାଙ୍କ ତରଫରୁ ଦିଆଯାଇ ନ ଥିଲା । ଟ୍ରେଲର୍‌ରେ ତାଙ୍କ ରହସ୍ୟ ଉପରୁ ପରଦା ହଟୁଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ତାଙ୍କ ଲୁକ୍‌ କେବଳ ଜାରି ହୋଇଥିଲା । ସିକ୍ରେଟ୍‌ ପ୍ୟାକେଜ୍‌ ଦୀପିକାଙ୍କ ଲୁକ୍‌ ଫ୍ୟାନ୍‌ଙ୍କ ମନ ଜିଣିଛି । ଫିଲ୍ମର ଟ୍ରେଲର୍‌କୁ ଦେଖିବା ପରେ ସିନେମାଘରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ଆସନ୍ତା ୨୭ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.