ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦି ସରକାର ୩.୦ , ବିଜେପି ନିଜ ପାଖରେ ରଖିଲା ଏହି ସବୁ ବଡ଼ ବଡ଼ ମନ୍ତ୍ରଣାଳୟ

ନୂଆଦିଲ୍ଲୀ – ମୋଦି ସରକାରରେ ସବୁ ମନ୍ତ୍ରୀଙ୍କ ବିଭାଗର ବଣ୍ଟନ ହୋଇ ସାରିଛି। ପୂର୍ବରୁ ଚାଲୁ ଥିବା ଚର୍ଚ୍ଚା ମୁତାବିକ ବିଜେପି ସବୁ ପ୍ରମୁଖ ବିଭାଗ ନିଜ ପାଖରେ ରଖିଛି। ଗୃହ , ପ୍ରତିରକ୍ଷା ଓ ଅର୍ଥ ସମେତ ଅନେକ ବଡ଼ ବଡ଼ ମନ୍ତ୍ରଣାଳୟରେ ପରିବର୍ତ୍ତନ କରିନାହିଁ। 

ଯଦି ଆମେ ଏନଡିଏର ସହଯୋଗୀ ଦଳଙ୍କ କଥା କହିବା ତ, ସେମାନଙ୍କୁ କିଛି ବିଶେଷ ଦିଆଯାଇ ନାହିଁ। ୧୬ଟି ସିଟ୍ ସହ ଏନଡିଏରେ ସାମିଲ ଟିଡିପିର ରାମ ମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ଦିଆ ଯାଇଛି। ଟିଡିପିର ଚନ୍ଦ୍ର ଶେଖର ପେମ୍ମାସାନୀଙ୍କୁ ଗ୍ରାମୀଣ ବିକାଶ ଓ ସଞ୍ଚାର ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ କରାଯାଇଛି। ଜେଡିୟୁର ଲଲନ ସିଂହଙ୍କୁ ପଞ୍ଚାୟତି ରାଜ ମନ୍ତ୍ରଣାଳୟ ମିଳିଛି। ଜେଡିୟୁର ରାମ ନାଥ ଠାକୁରଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ କରାଯାଇଛି। 

 ପ୍ରମୁଖ ମନ୍ତ୍ରଣାଳୟ ବିଜେପି ପାଖରେ – ମୋଦି ସରକାରରେ ପ୍ରମୁଖ ମନ୍ତ୍ରଣାଳୟ ବିଜେପି ନିଜେ ରଖିଛି। ଏଥିରେ ପ୍ରତିରକ୍ଷା , ଗୃହ , ସ୍ୱାସ୍ଥ୍ୟ, ବିଦେଶ , ଅର୍ଥ , ଶିକ୍ଷା , କପଡ଼ା , ଶକ୍ତି , ସହରୀ ବିକାଶ , କୃଷି , ବାଣିଜ୍ୟ , ବନ୍ଦର, ପରିବହନ ଓ ଜଳପଥ, ଉପଭୋକ୍ତା ନବୀକରଣ ଉର୍ଜା ,ଦୂରସଞ୍ଚାର ମନ୍ତ୍ରଣାଳୟ, ପରିବେଶ ମନ୍ତ୍ରଣାଳୟ, ପର୍ଯ୍ୟଟନ , ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ , ଶ୍ରମ ମନ୍ତ୍ରଣାଳୟ, ଖେଳ ମନ୍ତ୍ରଣାଳୟ,କୋଇଲା ଓ ଖଣି , ଜଳଶକ୍ତି ମନ୍ତ୍ରଣାଳୟ ସାମିଲ ଅଛି। ରାମଦାସ ଆଠବଲେଙ୍କୁ ସାମାଜିକ ନ୍ୟାୟ ବିଭାଗର ରାଜ୍ୟ ମନ୍ତ୍ରୀ କରାଯାଇଛି। ଅନୁପ୍ରିୟା ପଟେଲଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଓ କେମିକାଲ ଫର୍ଟିଲାଇଜର ବିଭାଗର ରାଜ୍ୟ ମନ୍ତ୍ରୀ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.