ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଷ୍ଟ୍ରପତି ଭବନରେ ବୁଲିଲା ବାଘ ଭଳି ଜନ୍ତୁ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ମୁମ୍ବାଇ ୧୧/୦୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗତ ରବିବାର ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଭବ୍ୟ ସମାରୋହରେ ମୋଦିଙ୍କ ସମେତ ୭୧ ଜଣ ସଦସ୍ୟ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ଏ ଅବସରରେ ବହୁ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ, ମାନ୍ୟଗଣ୍ୟ ବ୍ୟକ୍ତି, ଉଦ୍ୟୋଗପତି ଓ ସିନେ ତାରକା ଯୋଗ ଦେଇଥିଲେ । କିନ୍ତୁ ବିନା ଆମନ୍ତ୍ରଣରେ ଜଣେ ଅତିଥିଙ୍କୁ ଦେଖିବାକୁ ମିଳିଛି ରାଷ୍ଟ୍ରପତି ଭବନରେ । ତାଙ୍କ ଉପସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗତ ରବିବାର ଶପଥ ଗ୍ରହଣ ଉତ୍ସବରେ ବିଜେପି ସାଂସଦ ଦୁର୍ଗା ଦାସ ଶପଥ ପାଠ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିବାଦନ ଜଣାଉଥିଲେ । ଠିକ୍‌ ଏହି ସମୟରେ ତାଙ୍କ ପଛରେ ଏକ ଜନ୍ତୁ ଯାଉଥିବା ଦେଖାଗଲା । ଏହି ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ତାକୁ ନେଇ ଇଣ୍ଟରନେଟ୍‌ରେ ଚର୍ଚ୍ଚା ଜୋର ଧରିଛି । ଜନ୍ତୁର ଲମ୍ବା ଲାଞ୍ଜ ଓ ଚାଲିରୁ ତାହା ଚିତାବାଘ ବୋଲି ଜଣାପଡୁଛି । ସୋସିଆଲ ମିଡିଆ ୟୁଜର ବି ଏହାକୁ ଚିତାବାଘ ବୋଲି ଅନୁମାନ କହୁଛନ୍ତି । 




ତେବେ ରାଷ୍ଟ୍ରପତି ଭବନରେ ଏଭଳି ଭୟଙ୍କର ଜନ୍ତୁ ଖୋଲାରେ ବୁଲିବାର ଦୃଶ୍ୟ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ବେଳେ ଭିଡିଓକୁ ନେଇ ଦିଲ୍ଲୀ ପୁଲିସର ଔପଚାରିକ ବୟାନ ସାମ୍ନାକୁ ଆସିଛି । ଏଥିରେ ସ୍ପଷ୍ଟ ହୋଇଛି ‘ରାଷ୍ଟ୍ରପତି ଭବନରେ କୌଣସି ଜଙ୍ଗଲି ଜନ୍ତୁ ନାହାନ୍ତି । ତାହା ଏକ ପୋଷା ବିଲେଇର ଦୃଶ୍ୟ । ରାଷ୍ଟ୍ରପତି ଭବନରେ କେବଳ ପୋଷା କୁକୁର ନୁହେଁ, ବିଲେଇ ମଧ୍ୟ ଅଛନ୍ତି । ଭିଡିଓକୁ ନେଇ ଭାଇରାଲ ହେଉଥିବା ତଥ୍ୟରେ ଆଦୌ ସତ୍ୟତା ନାହିଁ । ଏଭଳି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.