ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜୁନ୍ ୧୮ରେ ବାରାଣାସୀ ଗସ୍ତ କରିବେ ମୋଦି, ‘କୃଷକ ସମ୍ମିଳନୀ’ କୁ କରିବେ ସମ୍ବୋଧିତ

ନୂଆଦିଲ୍ଲୀ,୧୧/୬:ତୃତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦି।ଏନେଇ ସେ ଶପଥ ଗ୍ରହଣ କରିସାରିଥିବା ବେଳେ ତାଙ୍କ ପ୍ରଥମ କାର୍ଯ୍ୟ ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଫାଇଲ୍‌ରେ ଗତକାଲି ଦସ୍ତଖତ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧୮ ତାରିଖରେ ଉତ୍ତରପ୍ରଦେଶର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ଏକ ‘କୃଷକ ସମ୍ମିଳନୀ’ କୁ ସମ୍ବୋଧିତ କରିବେ ବୋଲି ଏକ ସୂଚ୍ରରୁ ଜଣାପଡିଛି।ତେବେ ରବିବାର ତୃତୀୟ ଥର ପାଇଁ ଶପଥ ନେବା ପରେ ବାରାଣାସୀରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇପାରେ।

ଏନେଇ ସ୍ଥାନୀୟ ବିଜେପି ନେତା କହିଛନ୍ତି ଯେ, ରୋହାନିଆ କିମ୍ବା ସେବାପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ କୃଷକ ସମ୍ମିଳନୀ ପାଇଁ ଏକ ସ୍ଥାନ ବାଛିବା ପାଇଁ କାର୍ଯ୍ୟ ଚାଲିଛି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରାଣାସୀ ଗସ୍ତକୁ ନେଇ ଗୁଲାବ ବାଗରେ ଥିବା ପାର୍ଟି କାର୍ଯ୍ୟାଳୟରେ ମହାନଗର ଓ ଜିଲ୍ଲା ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। ସେପଟେ ବିଜେପି କାଶୀ ଅଞ୍ଚଳର ସଭାପତି ଦିଲୀପ ପଟେଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରର ସହରକୁ ଏକ ଦିନିଆ ଗସ୍ତ ସମୟରେ ଦଶ୍ବାମେଧ ଘାଟରେ ଗଙ୍ଗା ଆରତୀରେ ଅଂଶଗ୍ରହଣ କରିବେ ଏବଂ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିସହ ସମସ୍ତ ବିଜେପି କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାରାଣାସୀରେ ସ୍ୱାଗତ କରିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଛି। କୃଷକ ସମ୍ମିଳନୀ ପାଇଁ ଦଳୀୟ କର୍ମୀଙ୍କୁ ଦାୟିତ୍ବ ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.