ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉତ୍ତରାଖଣ୍ଡରେ ଗଣମାଧ୍ୟମ ଉପସ୍ଥାପିକାଙ୍କୁ ଅସଦାଚରଣ, ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୧/୬: ବିଚ୍‌ ରାସ୍ତାରେ ଗଣମାଧ୍ୟମ ଉପସ୍ଥାପିକାଙ୍କୁ ଅସଦାଚରଣ । ମହିଳା ଉପସ୍ଥାପିକା ଓ ତାଙ୍କ ଉଭଣୀଙ୍କୁ ମାଡ ମାରିବା ସହ ଡ୍ରେସ ଚିରି ଦେଲେ ଯୁବକ । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡ ହରିଦ୍ବାରର ବାଗୱାଲାରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନ୍ୟୁଜ୍‌ ଚ୍ୟାନେଲର ଜଣେ ମହିଳା ଆଙ୍କର କାମ ସାରି ତାଙ୍କ ଭଉଣୀଙ୍କ ସହ କାର ଯୋଗେ ଘରକୁ ଯାଉଥିଲେ । ଏହି ସମୟରେ ଦୁଇ ଯୁବକ ବାଇକ୍ ଯୋଗେ ତାଙ୍କୁ ରାସ୍ତାରେ ପିଛା କରିଥିଲେ । ହଠାତ ଅମାନତଗଡ ଗ୍ରାମ ନିକଟ ରାଜପଥରେ ଆଙ୍କରଙ୍କ କାର ଆଗରେ ଦୁଇ ଯୁବକ ବାଇକ ରଖି ଦେଇଥିଲେ । ଏହାପରେ ମହିଳା ଆଙ୍କର ଜଣଙ୍କ କାର ରଖିବା ପରେ ଅଭିଯୁକ୍ତ ତାଙ୍କୁ ଅସଦାଚାରଣ କରିବା ଆରମ୍ଭ କରିଥିଲେ । ବାରଣ କରିବାରୁ ଆଙ୍କର ଓ ତାଙ୍କ ଉଭଣୀଙ୍କୁ ମାଡ ମାରିବା ସହ ଡ୍ରେସ ଚିରି ଦେଇଥିଲେ ଅଭିଯୁକ୍ତ । ପରେ କାରର କାଚ ଭାଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ଏନେଇ ମହିଳା ଆଙ୍କର ଜଣଙ୍କ ବାଗୱାଲା ପୋଲିସ ଷ୍ଟେସନ ଚେକ୍ ପୋଷ୍ଟରେ ପୋଲିସକୁ ସୂଚନା ଦେଇଥିଲେ । ତେବେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାକୁ ପଚରାଉଚରା ପରେ ସୋମବାର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଇସମାଇଲପୁର ଗାଁର ଅର୍ଜୁନ ଏବଂ ଶିବମ ବୋଲି ଜଣାପଡ଼ିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.