ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଟକିବନି ନିଟ୍‌ କାଉନସିଲିଂ; ଏନ୍‌ଟିଏକୁ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ

Image source: TV9

ନୂଆଦିଲ୍ଲୀ,୧୧/୦୬: ନିଟ୍‌ ମାମଲାରେ ସୁପ୍ରିମକୋର୍ଟ ଏନ୍‌ଟିଏକୁ ନୋଟିସ ଜାରି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପରୀକ୍ଷାର ପବିତ୍ରତା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ ଏନ୍‌ଟିଏ ଏହାର ଜବାବ ରଖିବ। ବର୍ତ୍ତମାନ କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ। କୋର୍ଟ ଏନ୍‌ଟିଏ କୁ ନୋଟିସ୍ ଜାରି କରି ଏହାକୁ ତାଲିକାଭୁକ୍ତ ଆବେଦନ ସହିତ ଟ୍ୟାଗ୍ କରିଛନ୍ତି।

ନିଟ୍ ପରୀକ୍ଷା ୨୦୨୪ ଫଳାଫଳରେ ହୋଇଥିବା ଅନିୟମିତତା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହି ଆବେଦନରେ ୧ ହଜାର ୫୬୩ ପ୍ରାର୍ଥୀଙ୍କୁ ଅନୁଗ୍ରହ ମାର୍କ ବା ଗ୍ରେସ୍‌ ମାର୍କ ପ୍ରଦାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଆବେଦନ ପରୀକ୍ଷା ବାତିଲ କରିବାକୁ ଦାବି କରାଯାଇଛି।। ୬୭ ଛାତ୍ର ଏକାଠି ନିଟ୍‌ ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ସୋମବାର ଦିନ ଏହି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ବହୁ ସଂଖ୍ୟାରେ ଛାତ୍ର ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

NEET UG 2024 ର ଫଳାଫଳ ଜୁନ୍ ୪ ରେ ପ୍ରକାଶ ପାଇଲା। ଅନେକ ଶିକ୍ଷାର୍ଥୀଙ୍କ ଫଳାଫଳ ଅନଲାଇନରେ ଦେଖାଯାଉ ନଥିଲା। ଅନେକଙ୍କ ମାର୍କ କମ୍ ଥିଲା। ଓଏମ୍‌ଆର୍‌ ସିଟ୍ ଅନୁଯାୟୀ, ମାର୍କ ସଂଖ୍ୟା ଯାହା ପାଇବା ଉଚିତ୍ ତାହା ମିଳିନଥିବା ଅଭିଯୋଗ ମଧ୍ୟ ହୋଇଥିଲା। ୬୭ ଟପ୍ପର ଏକାସାଙ୍ଗରେ ଶୀର୍ଷରେ ଥିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଓଏମଆର ସିଟ୍ ଜାଣିଶୁଣି ଚିରିଦିଆଯାଇଥିଲା। ଏନ୍‌ଇଇଟିରେ ହୋଇଥିବା ଘୋଟାଲା ସମ୍ପର୍କରେ ଲକ୍ଷ୍ନୌର ଆୟୁଷୀ ପଟେଲ କହିଛନ୍ତି ଯେ ଜୁନ୍ ୪ ରେ ତାଙ୍କର ଫଳାଫଳ ଦେଖାଯାଉ ନଥିଲା, ତା’ପରେ ସେ ଏନଟିଆରୁ ଏକ ମେଲ୍ ପାଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କ ଓଏମ୍‌ଆର୍‌ ଚିରିଯାଇଛି କିନ୍ତୁ ଫଟୋରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ଓଏମ୍‌ଆର୍ ସିଟ୍‌କୁ ଜାଣିଶୁଣି ଚିରିଦିଆଯାଇଛି। 

ଅନ୍ୟପକ୍ଷରେ, ପରୀକ୍ଷାରେ କୌଣସି ପ୍ରକାରର ଅନିୟମିତତାକୁ ଏନଟିଏ ସ୍ପଷ୍ଟ ଭାବେ ଅସ୍ୱୀକାର କରିଛି। ଗ୍ରେସ୍‌ ମାର୍କ ବିଷୟରେ ଏନ୍‌ଟିଏ କହିଛି ଯେ, କେତେକ ପରୀକ୍ଷା କେନ୍ଦ୍ରରେ ସମୟ ନଷ୍ଟ ହେତୁ କିଛି ପ୍ରାର୍ଥୀଙ୍କୁ ଗ୍ରେସ୍ ମାର୍କ ଦିଆଯାଇଛି। ୧୫୦୦ ରୁ ଅଧିକ ପ୍ରାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ ମାର୍କର ସମୀକ୍ଷା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏକ ଚାରିଜଣିଆ ପ୍ୟାନେଲ ଗଠନ କରିଛି ବୋଲି ଏନଟିଆଇ ଶନିବାର କହିଛି।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.