ନୂଆଦିଲ୍ଲୀ,୨୬।୧୧: ଅଷ୍ଟ୍ରେଲିଆର ତିନି କ୍ୟୁବ୍ ସାଟେଲାଇଟ୍ ପୃଥିବୀର ନିମ୍ନ କକ୍ଷରେ ଜଳି ହୋଇଯାଇଛି ପାଉଁଶ। ଏହାର କାରଣ ହେଉଛି ସୂର୍ଯ୍ୟଙ୍କ ଉତ୍ତାପ। କାରଣ ବର୍ତ୍ତମାନ ସୂର୍ଯ୍ୟ ନିଜର ସୋଲାର ମ୍ୟାକ୍ସିମମ୍ ଫେଜ୍‌ରେ ଅଛନ୍ତି। ଅଧିକ ଗରମ ଅର୍ଥାତ ଅଧିକ ରେଡିଏସନ୍‌। ଅଧିକ ଜିୟୋମ୍ୟାଗ୍ନେଟିକ୍ ଷ୍ଟର୍ମ ଯୋଗୁଁ ପୃଥିବୀର ଚାରିପଟେ ବୁଲୁଥିବା ସାଟେଲାଇଟ୍‌କୁ ନଷ୍ଟ କରିଦେଉଛି।

ଅଷ୍ଟ୍ରେଲିଆର କର୍ଟିନ ୟୁନିଭର୍ସିଟିର ବାଇନର ସ୍ପେସ୍‌ ପୋଗ୍ରାମର ତିନୋଟି କ୍ୟୁବ୍ ସାଟେଲାଇଟ୍‌ ସୋଲାର ଫ୍ଲେୟାରର ଶିକାର ହୋଇଯାଇଛି। ଅର୍ଥାତ ସୂର୍ଯ୍ୟଙ୍କ ଦେହରୁ ବାହାରୁଥିବା ଗରମ କିରଣ। ଏହା କାରଣରୁ ତିନୋଟି ସାଟେଲାଇଟ୍‌ ସମୟ ପୂର୍ବରୁ ନଷ୍ଟ ହୋଇଯାଇଛି। ଏହା ପୃଥିବୀର ଉପରେ ୨୦୦୦ କିଲୋମିଟର କକ୍ଷଠାରୁ ଅଳ୍ପ ଉଚ୍ଚତାରେ ପରିକ୍ରମା କରୁଥିଲା। ହେଲେ ଧିରେ ଧିରେ ବାୟୁମଣ୍ଡଳର ନିକଟରେ ଆସିବାରେ ଲାଗିଥିଲା। ବାଇନର-୨,୩ ଓ ୪ର ସ୍ଥିତି ଦେଖି ବୈଜ୍ଞାନିକ ମଧ୍ୟ ଚକିତ। ଏହାକୁ ୬ ମାସ ପାଇଁ ପଠାଯାଇଥିବା ବେଳେ, ତାହା କେବଳ ଦୁଇ ମାସ ହିଁ ମହାକାଶରେ କାର୍ଯ୍ୟକ୍ଷମ ରହିଥିଲା।  

ବୈଜ୍ଞାନିକଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ସୂର୍ଯ୍ୟ ନିଜର ସୋଲାର ମାକ୍ସିମନ୍‌ରେ ଚାଲିଛନ୍ତି। ଅର୍ଥାତ ୧୧ ବର୍ଷର ସେହି ପିରିୟଡ ଯେତେବେଳେ ସୂର୍ଯ୍ୟ ସବୁଠାରୁ ଅଧିକ ଗତିଶୀଳ ହୋଇଥାନ୍ତି। ସୋଲାର ସ୍ପଟ୍‌ ତିଆରି ହୁଏ, ଯେଉଁଥିରୁ ଅଧିକ ବିସ୍ଫୋରଣ ହୋଇଥାଏ। ଅଧିକ ସୌର ଲହର ଓ ସୌର ଝଡ କୁହନ୍ତି। ଚାର୍ଜ କଣିକାରୁ ସୌର ଲହର ବାହାରିଥାଏ। ଏହି କାରଣରୁ ସାଟେଲାଇଟ୍‌ ଉପରେ ସିଧାସଳଖ ପ୍ରଭାବ ପଡିଥାଏ।

କେବଳ ସାଟେଲାଇଟ୍ ନୁହେଁ, ବଂର ପୃଥିବୀ ଉପରେ ଅଧିକ ନଦର୍ଣ୍ଣ ଲାଇଟସ୍ ଅର୍ଥାତ ଅରୋରା ଦେଖିବାକୁ ମିଳିଥାଏ। ୧୧ ବର୍ଷ ପୁରା ହେବାମାତ୍ରେ ଏହା ପୁଣି ଥଣ୍ଡା ହୋଇଯାଏ ଏବଂ ଗତିବିଧି ମଧ୍ୟ କମ୍ ହୋଇଯାଏ।  ସୋଲାର ମାକ୍ସିମମ୍‌ର ଆରମ୍ଭ ୨୦୧୯ ରେ ହୋଇଥିଲା। ଯେତେବେଳେ ମାକ୍ସିମମ୍‌ର ମଧ୍ୟ ଭାଗକୁ ଚାଲିଯାଇଥାଏ। ସେତେବେଳେ ସୂର୍ଯ୍ୟଙ୍କଠାରୁ ଅନେକ ଗୁଡିଏ ସୌର ଝଡ ବାହାରିଥାଏ।