କେନ୍ଦୁଝର, ୧୪।୧୨ : କେନ୍ଦୁଝର ସହରରେ ଥିବା ସୋଲାର ପ୍ୟାନେଲ ଓ ପ୍ଲାଷ୍ଟିକ ସିନଟେକ୍ସ ଟାଙ୍କି ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଛି । ନିଆଁ ଲାଗି ୧୪ ଲକ୍ଷ ରୁ ଊର୍ଦ୍ଧ୍ବ ଟଙ୍କାର ଜିନିଷ ଜଳି ପୋଡି ପାଉଁଶ ହୋଇ ଯାଇଛି |
ଧରଣୀଧର ୟୁନିଭରସିଟି ନିକଟରେ ଚାଷମାନଙ୍କ ପାଇଁ ଏକ ଘରୋଇ ସଂସ୍ଥା ସୋଲାର ପ୍ୟାନେଲର ଓ ପାଣି ଚାଙ୍କି ଗଚ୍ଛିତ ରଖିଥିଲା। ଶନିବାର ଅପରାହ୍ନରେ କିଛି ଶ୍ରମିକ ନିଆଁ ଜାଳି ସେକି ହେଉଥିଲେ। ଏହି ସମୟରେ ଘାସରୁ ନିଆଁ ଆସି ପ୍ୟାନେଲରେ ନିଆଁ ଲାଗି ଯାଇଥିଲା।ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।