ଫିରିଙ୍ଗିଆ,୧୧/୧୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବାଇକ୍ ପାଣି ପମ୍ପ୍ ବିଦ୍ୟୁତ ତାର ଭଳି ବିଭିନ୍ନ ଜିନିଷ ଚୋରି ବୃଦ୍ଧି ପାଇଥିବାବେଳେ ଗତକାଲି ରାତିରେ ବୃଡ଼ି ପଡା ଗାଁରୁ ଗ୍ରାମବାସୀଙ୍କ ପାଇଁ ସ୍ୱଚ୍ଛ ପିଇବା ପାଣି ପାଇଁ ଦିଆଯାଇଥିବା ଘର ଘର ଟ୍ୟାପ୍ ଯୋଜନାର ପ୍ରକଳ୍ପରୁ ସୋଲାର ଚୋରି ହୋଇଥିବାବେଳେ ଆଜି ଗ୍ରାମବାସୀ ଏହାକୁ ନେଇ ଫିରିଙ୍ଗିଆ ଥାନାର ଦ୍ୱାରସ୍ଥ ହୋଇଛନ୍ତି l
ସୂଚନା ଅନୁସାରେ ପବିଙ୍ଗିଆ ପଞ୍ଚାୟତ ଟାଲୁପଦର ଗାଁ ବୃଡ଼ି ସାହିରେ ପାଣି ନ ଥିବାରୁ ଗ୍ରାମବାସୀ ପାଣି ପାଇଁ ବହୁତ ଅସୁବିଧା ଭୋଗୁଥିଲେ । ବାରମ୍ବାର ଅଭିଯୋଗ ପରେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଏବଂ ପାଣି ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ପ୍ରଶାସନ ତରଫରୁ ଏହି ବୃଡ଼ି ସାହିରେ ଘର ଘର ଟ୍ୟାପ ଯୋଜନାରେ ଏକ ସୋଲାର ପ୍ରକଳ୍ପ ଗତ ୪ମାସ ତଳେ ଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଗ୍ରାମକୁ ପାଣି ଯୋଗାଇ ଦିଆଯାଉଥିଲା l
ଅଞ୍ଚଳର ଲୋକେ ମଧ୍ୟ ପାଣି ପାଇ ପାରିଥିଲେ ତେବେ ଗତକାଲି ଲାଗିଥିବା ସବୁ ସୋଲାର ଦୁର୍ବୃତ୍ତମାନେ ଚୋରାଇ ନେଇଥିବାରୁ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଭାବେ ଜଣାଇଛନ୍ତି ଅଚ୍ୟୁତାନନ୍ଦ ପ୍ରଧାନ, ଲୋକନାଥ କହଁର, ଦୁର୍ବାସା ପ୍ରଧାନ, ଲେମ୍ବୁ କହଁରଙ୍କ ସହ ଜଣାଇଛନ୍ତି ସମୂହ ଗ୍ରାମବାସୀ l