ଭୁବନେଶ୍ୱର ୧୧/୦୫: ଭାରତୀୟ ସଂସ୍କୃତିର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ। ମନ୍ଦିରର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ସାରା ଦେଶରେ ପାଳିତ ହେଉଛି "ସୋମନାଥ ସ୍ୱାଭିମାନ ପର୍ବ" । ଏହି ଅବସରରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏକାମ୍ର କ୍ଷେତ୍ର ଲିଙ୍ଗରାଜଙ୍କ ପୀଠରେ ଆୟୋଜିତ ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ବାବୁ ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ :- ରଥଖଳା ହାଲ୍ଚାଲ୍ : ତାତିରେ ଚାଲିଛି ରଥ ନିର୍ମାଣ, ଚକ ନ ଫାଟିବାକୁ ଚାଞ୍ଛ ଘୋଡ଼ାଇଲେ ଭୋଇ ସେବକ