ଗୁଣପୁର,୮।୧ - ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ରେଗେଇସିଂ ଗାଁ ନିକଟ ପାହାଡ଼ରେ ୨୦୨୪ ମସିହା ଡିସେମ୍ବର ୧୮ତାରିଖ ଦିନ ମୃତ ଦେହ ପଡିଥିଲା । ମୃତକ ଥିଲେ ଡାନିଏଲ ଶବର (୫୦) ।  ମୃତକଙ୍କ ପୁଅ ଆନ୍ଦ୍ରିୟ ଶବର ତାଙ୍କ ବାପାଙ୍କ ମୃତଦେହ ପାହାଡ଼ରେ ପଡ଼ିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଅନୁସନ୍ଧାନ ପରେ ଜାଣିବାକୁ ପାଇଥିଲା ଯେ ଅଭିଯୋଗକାରୀ ପୁଅ ହିଁ ବାପା ର ହତ୍ୟାକାରୀ । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ତିନି ଜଣ ହେଲେ ପୁଅ ଆନ୍ଦ୍ରିୟ ଶବର,  ବୋହୂ ଅନିତା ଶବର ଓ  ଅନ୍ୟଜଣେ  କମଳେଶ ଶବର । ଆଜି ଗୁଣପୁର ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ ଧର ସୂଚନା ଦେଇଛନ୍ତି ।  ତିନି ଗିରଫ ମଧ୍ୟରୁ ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି । 

 ସୁଚନା ମୁତାବକ ମୃତକ ଡାନିଏଲ୍ ଶବରଙ୍କ ଦୁଇଟି ପତ୍ନୀ । ପ୍ରଥମ ସ୍ତ୍ରୀ ର ପୁଅ ଆନ୍ଦ୍ରିୟ ତାର ଭାଇ ଫିଲିପ୍ ଶବରକୁ ତାର ବାପା ଡାନିଏଲ୍ ଗୁଣି କରି ହତ୍ୟା କରିଛି ବୋଲି ସନ୍ଦେହ କରି ପ୍ରତିଶୋଧ ପରାୟଣ ହୋଇଯାଇଥିଲେ। ଏହାପରେ ସେ ତାଙ୍କ ବାପା ଡାନିଏଲ୍ କୁ ହତ୍ୟା କରିବା ପାଇଁ  ଦ୍ବିତୀୟ ପତ୍ନୀର ପୁଅର ସ୍ତ୍ରୀ ଅନିତାର ସହଯୋଗ ନେଇ ଯୋଜନା ରଚିଥିଲେ। ଅନିତାଙ୍କୁ ଡାନିଏଲ ବିଭିନ୍ନ ସମୟରେ ଯୈାତୁକ ଆକ୍ଷେପ କରୁଥିଲା ସିଏ ବି ଅସନ୍ତୋଷ ରହିଥିଲା।  ପ୍ରଥମ ସ୍ତ୍ରୀ ର ପୁଅ ଆନ୍ଦ୍ରିୟ ଓ ତାର ଭାଉଜ ଅନିତା ଶବର , ଆନ୍ଦ୍ରିୟ ର ସାଙ୍ଗ  କପିଳେଶ ଶବର ସହଯୋଗରେ ହତ୍ୟା କରିଥିଲେ ବୋଲି ପୋଲିସ୍ ଷ୍ପଷ୍ଟ କରିଛି।  ଡାନିଏଲ୍ ସକାଳୁ ଚାଷ ବାଡକୁ ଯିବା ସମୟରେ ଆନ୍ଦ୍ରିୟ ଏକ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।   ମୃତକ ବ୍ୟକ୍ତିଙ୍କ ଶରିର ରେ ୧୧ ଟି ସ୍ଥାନରେ କ୍ଷତ ବିକ୍ଷତ ର ଚିହ୍ନ ରହଥିଲା ।  ପାହାଡ ରେ ହିଁ ପଡି ରହିଥିଲା  ମୃତଦେହ । ଏନେଇ ଡାନିଏଲ୍ଙ୍କ ପୁଅ ଆନ୍ଦ୍ରିୟ ଶବର ପୁଟାସିଂ ଥାନାରେ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି  ସାଇଣ୍ଟିଫିକ୍   ଟିମ ଓ ସ୍କ୍ବାଡ ସହାୟତାରେ ତଦନ୍ତ କରିଥିଲା। ୧୮ ଦିନ ପରେ ଘଟଣାର ପର୍ଦାଫାସ କରିଛି ପୋଲିସ୍। ଆଜି ଗୁଣୁପୁର ଥାନା ପରିସରରେ ପୋଲିସ୍ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୁଲ୍ୟ କୁମାର ଧର ଓ ଏସଡିପଓ ବାବୁଲି ନାୟକ  ସାମ୍ବାଦିକ ସମ୍ନିଳନୀ କରି ସୁଚନା ଦେଇଛନ୍ତି।  ପୁଟାସିଂ ଥାନା ଅଧିକାରି ଭବାନୀ ମୁଦୁଲି ତଦନ୍ତ ଭାର ନେଇଥିଲେ।