ଚନ୍ଦାହାଣ୍ଡି ,୧୨।୫ - ଚନ୍ଦାହାଣ୍ଡି   ବ୍ଲକ ପାଟଖଲିଆ ପଞ୍ଚାୟତ ଅଧୀନ  ଚିଲିଗାଁ ଗ୍ରାମରେ  ବଜ୍ରପାତରେ   ପୁଅର ମୃତ୍ୟୁ ହୋଇ ଥିବା ବେଳେ ମା’ ଗୁରତର ହୋଇଛି। ମୃତକ ଜଣକ  ହେଲେ ହୁକୁମତ ଶଗଡିଆ ।  ମା’ ଭାନୁମତୀ ଶଗଡିଆ (୫୪)ଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଚିଲିଗାଁ ଗ୍ରାମର ବେଣୁଧର ଶଗଡିଆଙ୍କ ସ୍ତ୍ରୀ   ଭାନୁମତୀ ଏବଂ ପୁଅ ହୁକମତ ଶଗଡିଆ  ଗାଁ ପାଖ ବିଲକୁ କାମ କରିବାକୁ  ଯାଇଥିଲେ  l  ଏହି ସମୟରେ ହଠାତ ବର୍ଷା , ପବନ ହେବା ସହ ଘଡଘଡି ମାରିଥିଲା। ବର୍ଷା ପଵନ ଦାଉରୁ ରକ୍ଷା ପାଇବା ପାଇଁ ମା‘- ପୁଅ  ଏକ ଗଛ ତଳେ ଆଶ୍ରୟ ନେଇଥିଲେ।  ସେମାନଙ୍କ ଉପରେ ବଜ୍ରପାତ ହେବାରୁ   ଉଭୟେ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ   ପରିବାର ଲୋକେ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l ସେଠାରେ ହୁକମତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l  ଏ ନେଇ ବେଣୁଧର ଶଗଡିଆ ଥାନାରେ  ଏତଲା ଦେବା ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।