ପ୍ରମୂଖ ଖବର
  • ସୋର : ପାଇଖାନା ଟାଙ୍କି କାମ କରୁଥିଲେ, ବିଦ୍ୟୁତ ଆଘାତରେ ୩ ଶ୍ରମିକ ମୃତ
  • ||
  • ସରିଲା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ; ପ୍ରିୟା ସରୋଜଙ୍କୁ ପିନ୍ଧାଇଲେ ମୁଦି, ଲୁହ ଅଟକାଇ ପାରିଲେନି ସାଂସଦ
  • ||
  • ଶିଳ୍ପ ବିକାଶ ନେଇ ରାଜ୍ୟ ସରକାରଙ୍କ ବୈଠକ, ଶିଳ୍ପପତି ଓ ଉଦ୍ୟୋଗୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
  • ||
  • ୧୭ ବର୍ଷ, ଅନେକ ଚ୍ୟାଲେଞ୍ଜ ଆଉ ଐତିହାସିକ ଚେନାବ ବ୍ରିଜ... ଜାଣନ୍ତୁ କିଏ ମାଧବୀ ଲତା ? ତୁଲାଇଥିଲେ ବଡ଼ ଭୂମିକା
  • ||
  • ଅନୁଗୁଳ : ବିଦ୍ୟୁତ୍ ଆଘାତରେ ଶିଶୁପୁତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଶ୍ୱଶୁର ଉପରେ ରାଗ ସୁଝାଇଲା ଜ୍ୱାଇଁ; ୯ ଲକ୍ଷ ଟଙ୍କାର ଜାଲ ଜାଳିଦେଲେ

Published By : Ankita S | June 8, 2025 2:45 PM

ଚନ୍ଦନେଶ୍ଵର,୦୮/୦୬: ଶ୍ୱଶୁର ଉପରେ ରାଗ ଶୁଝାଇଲା ଜ୍ୱାଇଁ । ରାଗ ଗର ଗର ହୋଇ ୯ ଲକ୍ଷ ଟଙ୍କର ମାଛଧରା ଜାଲକୁ ଜ୍ୱାଇଁ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାରେ ଲିଖିତ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି । ପରିବାରର ସୁରକ୍ଷା ଓ ଜ୍ୱାଇଁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ୱଶୁର ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ,ଭୋଗରାଇ ନରାୟଣ ମହାରି ପଢିଆ ପଞ୍ଚାୟତ ଅଧୀନ କୀର୍ତନିଆ କାଳପାଳି ଗାଁର ଅରବିନ୍ଦ ବେହେରା ତାଙ୍କ ଜ୍ୱାଇଁଙ୍କ ନାମରେ ଜାଲ ପୋଡ଼ି ଦେଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ଦ୍ୱିତୀୟ କନ୍ୟା ଲିଳା ୬ବର୍ଷ ପୂର୍ବେ କମର୍ଘ୍ୟ ଥାନ୍ୟ ଅଧୀନ କଣ୍ଟାବାଣୀ ଗାଁର ମୂରଲୀ ଭୂୟାଁଙ୍କ ପୁଅ ଗୋବିନ୍ଦଙ୍କୁ ବିବାହ କରିଥିଲେ । ମାତ୍ର ୪ମାସ ତଳେ ଶାଶୂଘର ଲୋକ ଲିଳାଙ୍କୁ  ମାରପିଟ କରିବା ସହ ମରଣାନ୍ତକ ଆକ୍ରମଣ କରଥିଲେ । ତେଣୁ ୩ବର୍ଷର ଝିଅକୁ ଧରି ବାପାଘରେ ରହୁଥିଲେ ଲିଲା । କିଛି ଦିନ ପରେ ଶାଶୁ ଓ ଜ୍ୱାଇଁ ଆସି ଆଉ ନିର୍ଯାତନା ଦେବେ ନାହଁ ବୋଲି କହି ଲିଲାଙ୍କୁ ଘରକୁ ନେଇ ଥିଲେ । ମାତ୍ର ୧୦ଦିନ ପରେ ଲିଳା ଶାଶୁ ଘରୁ ନିଖୋଜ ଅଛନ୍ତି  । 

ଜ୍ୱାଇଁ ଓ ତାଙ୍କର ୩/୪ଜଣ ସାଙ୍ଗ କୀର୍ତନିଆ ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରେ ବୁଲାବୁଲି କରୁଥିବାର ଶ୍ଵଶୁର ଦେଖିଥିଲେ । ରାତି ପ୍ରାୟ ୧୨ଟା ବେଳେ ସେମାନେ ମାରଣାସ୍ତ୍ର ଧରି ଘରର ଗ୍ରିଲ ଖୋଲିବାକୁ କହିବା ସହିତ ଜୀବନରୁ ମାରି ଦେବାର ଧମକ ଦେଇଥିଲେ । ମାତ୍ର ପରିବାର ଲୋକ କେହି ନ ବାହାରିବାରୁ ଘର ଆଗରେ ଥିବା ଏକ ଗଛ ମୂଳେ ୮ କ୍ୟୁଣ୍ଟାଲ ମାଛଧରା ଜାଲକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ୯ଲକ୍ଷ ଟଙ୍କାର ଜାଲ ଆଖି ଆଗରେ ପୋଢି ଯାଇଥିଲେ ମଧ୍ୟ ଜୀବନ ଭୟରେ କେହି ବାହାରକୁ ବାହାରି ନଥିଲେ । ପଡୋଶୀ ଘରୁ ବାହାରି ଆସିବାରୁ ସେମାନେ ଖସି ପଳାଇ ଥିଲେ । ଏନେଇ ଶ୍ଵଶୁର ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.