ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଶ୍ୱଶୁର ଘରକୁ ବୋମା ପକାଇଲା ଜ୍ୱାଇଁ, ଅଳ୍ପକେ ବର୍ତ୍ତିଲେ ପାରିବାର ଲୋକେ

Published By : Harapriya Sethi | April 6, 2025 8:59 AM

ଭୁବନେଶ୍ୱର, ୦୬/୦୪: ସ୍ବାମୀ ସ୍ତ୍ରୀଙ୍କ କଳିରୁ ଆରମ୍ଭ ହେଲା ବିବାଦ । ପାରିବାରିକ ବିବାଦରୁ ଶଶୁର ଘର ଉପରକୁ ବୋମା ପକାଇଲା ଜ୍ୱାଇଁ । ବୋମାମାଡରେ ଘରର କବାଟ ଝରକାର କାଚ ଭାଙ୍ଗିବା ସହ ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଛି । ଅଳ୍ପକେ ବର୍ତ୍ତିଲେ ପାରିବାର ଲୋକେ । କଟକ ନରସିଂହପୁର ଥାନା ମୁସଲମାନ ସାହିରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଖୋର୍ଦ୍ଧା ମକୁନ୍ଦ ପ୍ରସାଦ ଗ୍ରାମର ଅବଦୁଲ ମନସୁର କଟକ ନରସିଂହପୁର ଥାନା ମୁସଲମାନ ସାହିର ସୁଲତାନ ମହମ୍ମଦଙ୍କ ଝିଅକୁ ବିବାହ କରିଥିଲେ । ହେଲେ କିଛି ଦିନ ହେବ ସ୍ୱମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ରାଗିଯାଇ ଜ୍ୱାଇଁ ଅବଦୁଲ ମନସୁର କରିଛି ଏଭଳି କାଣ୍ଡ । ଦୁଇ ସହଯୋଗୀଙ୍କ ସହ ମିଶି ଶନିବାର ବିଳମ୍ୱିତ ରାତିରେ ନରସିଂହପୁର ମୁସଲମାନ ବସ୍ତିରେ ଦୁଇ ବୋମା ପକାଇଥିବା ଅଭିଯୋଗ ହୋଇଛି । ବୋମାମାଡରେ ଘରର କବାଟ ଝରକା, କାଚ ବିଭିନ୍ନ ଆସବାବପତ୍ର ନଷ୍ଟ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପାରିବାର ଲୋକେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.