କବିସୂର୍ଯ୍ୟନଗର, ୧୬/୧୧: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗ୍ରାମରେ ଅଭାବନୀୟ ଘଟଣା । ଜନ୍ମକଲା ବାପାକୁ ହତ୍ୟା କଲା ପୁଅ । ମୃତକ ଏ. ବରିଡା ଗ୍ରାମର ଗୋପାଳନଗରର ବୃଦ୍ଧ ପଦ୍ମନାଭ ସାହୁ ବୋଲି ଜଣାପଡ଼ିଛି । ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଭତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହ କରିବାକୁ କହି ଗତ ରାତିରେ ବାପା ସହ କଳହ କରିଥିଲା ରମେଶ । ପରେ ତାହା ଉଗ୍ରରୂପ ନେଇଥିଲା । ଏଥିରେ ରାଗିଯାଇ ଛୁରୀ ଭୁସି ଓ ପିଟିପିଟି ବାପାକୁ ହତ୍ୟା କଲା ପୁଅ । ଏନେଇ ମୃତକଙ୍କ ବଡ ପୁଅ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି । ଅନ୍ୟପଟେ ପୂର୍ବରୁ ବଡ ଭାଇଙ୍କୁ ମଧ୍ୟ ମାଡ଼ ମାରି ରମେଶ ଗୁରୁତର କରିଥିବା ଅଭିଯୋଗ ହୋଇଛି ।