ଘଷିପୁରା, ୧୪/୦୮: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରାଧିକାଦେଇପୁର ଗାଁରେ ଅଘଟଣ । ସାପ କାମୁଡ଼ାରେ ଚାଲିଗଲା ମାଆ ପୁଅଙ୍କ ଜୀବନ । ମୃତ ମାଆ ଜେମା ଏବଂ ପୁଅ ଗୋପାଳ ବୋଲି ଜଣା ପଡ଼ିଛି ।
ସୂଚନା ମୁତାବକ, ରାଧିକାଦେଇପୁର ଗାଁର ସୁନୀଲ ମୁଣ୍ଡାଙ୍କ ସ୍ତ୍ରୀ ଜେମା ଓ ପୁଅ ଗୋପାଳ ରାତ୍ରିଭୋଜନ ସରିବା ପରେ ଶୋଇଥିଲେ । ଘର ଭିତରକୁ ଏକ ବିଷାକ୍ତ ସାପ ପଶି ଆସି ମାଆ ଓ ପୁଅଙ୍କୁ କାମୁଡ଼ି ଦେଇଥିଲା । ରାତିରେ ପେଟରେ ଯନ୍ତ୍ରଣା ଓ ବାନ୍ତି ହେବାରୁ ସୁନୀଲ ସେମାନଙ୍କୁ ପ୍ରଥମେ କେଶଦୁରାପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା । ହେଲେ ମାଆ ପୁଅଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁପରେ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମେଡିକାଲରେ ପୁଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି।