ମୁମ୍ବାଇ ୧୫/୧୨: ଚଳିତ ବର୍ଷ ଜୁନ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସୋନାକ୍ଷୀ ସିହ୍ନା ଓ ଜହିର ଇକବାଲ । ବିବାହ ସମୟରୁ ହିଁ ସୋନାକ୍ଷୀ ଗର୍ଭବତୀ ଥିବା ଚର୍ଚ୍ଚା ଜୋର୍ ଧରିଥିଲା । ଅକ୍ଟୋବରରେ ସୋନାକ୍ଷୀ ଜହିରଙ୍କ ସହ ଏକ ଫଟୋ ନିଜ ଇନଷ୍ଟାଗ୍ରାମ୍ରେ ଅପଲୋଡ୍ କରିଥିଲେ । ଯେଉଁ ଫଟୋରେ ସେ ଏକ କୁକୁରକୁ ହାତରେ ଧରିଥିବାର ଦେଖିବାକୁ ମିଳିଥିଲା । ଏହି ପୋଷ୍ଟରେ ସୋନାକ୍ଷୀ ସେପରି କିଛି ଲେଖି ନଥିଲେ କିମ୍ବା ମା’ ହେବାକୁ ଯାଉଥିବାର ସୂଚନା ମଧ୍ୟ ଦେଇ ନଥିଲେ । ଫଟୋର କେବଳ କ୍ୟାପସନ୍ ଥିଲା ‘ଗେସ୍ ଦ ପୁକି’ । ଯାହାକୁ ପ୍ରଶଂସକମାନେ ସୋନାକ୍ଷୀଙ୍କ ଜୀବନରେ ନୂଆ ଅତିଥିଙ୍କ ଆଗମନ ବୋଲି ଭାବିନେଇଥିଲେ । ଏଥି ସହିତ କମେଣ୍ଟରେ ପ୍ରଶଂସକମାନେ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଏହି କମେଣ୍ଟଗୁଡି଼କର ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନଥିଲେ ସୋନାକ୍ଷୀ ।

ନିକଟରେ ସୋନାକ୍ଷୀ ଏକ ଡିନର୍କୁ ଆସିଥିବା ସମୟରେ କେହି ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ ସେ କ’ଣ ମାତୃତ୍ୱର ଅନୁଭବ ପାଇବାକୁ ଯାଉଛନ୍ତି? ତା’ର ଉତ୍ତରରେ ସୋନାକ୍ଷୀ କହିଥିଲେ- “ମୁଁ ଗର୍ଭବତୀ ନୁହଁ । କେବଳ ଟିକେ ମୋଟୀ ହୋଇଯାଇଛି । ବିବାହ ପରଠାରୁ ନବ ଦମ୍ପତ୍ତି ଭାବରେ ଅନେକ ସାଙ୍ଗସାଥୀ ଓ ସଂପର୍କୀୟ ବିଭିନ୍ନ ଭୋଜିକୁ ଆମନ୍ତ୍ରିତ କରୁଛନ୍ତି । ଖାଇବା ଉପରେ ନିୟନ୍ତ୍ରଣ ରହୁ ନଥିବା କାରଣରୁ ମୁଁ କେବଳ ମୋଟୀ ହୋଇଯାଇଛି ।” ସୋନାକ୍ଷୀଙ୍କ ମନ୍ତବ୍ୟ ସପକ୍ଷରେ ସ୍ୱାମୀ ଜହିର ମଧ୍ୟ ନିଜର ମତ ରଖିଥିଲେ । “ଆମ ବିବାହକୁ ମାତ୍ର ଅଳ୍ପ କିଛି ମାସ ହୋଇଛି । ଆମେ ଏହି ସମୟକୁ ଉପଭୋଗ କରିବାକୁ ଚାହୁଁ । ଏଣୁ ଫିଟନେସ ପ୍ରତି ଧ୍ୟାନ ରହୁନାହିଁ । ବୁଲାବୁଲିରେ ଅଧିକ ସମୟ ଅତିବାହିତ ହେଉଛି ଓ ଆମ ପାଇଁ ଅନ୍ୟମାନଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ଭୋଜି ସରୁ ନାହିଁ” ବୋଲି କହିଥିଲେ ଜହିର । ମା’ ହେବା କଥା ମିଛ ବୋଲି ଦୃଢ଼ୋକ୍ତି ପ୍ରଦାନ କରିବା ସହିତ ନିଜକୁ ମୋଟୀ କହିଛନ୍ତି ସୋନାକ୍ଷୀ