ମୁମ୍ବାଇ,୧୭/୧୨: ଫେମସ୍ ଶକ୍ତିମାନ ସିରଏଲରୁ ଘରେ ଘରେ ପରିଚିତ ମୁକେଶ ଖନ୍ନାଙ୍କ ଉପରେ ଭଡକିଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥିବା ମୁକେଶ ଖାନା ସୋନାକ୍ଷୀଙ୍କ ଲାଳନପାଳନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବ ଦେଇଛନ୍ତି ସୋନାକ୍ଷୀ ।
ଦିନେ ସୋନାକ୍ଷୀ କେବିସିରେ ଭଗବାନ ହନୁମାନଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ । ଏହାକୁ ନେଇ ମୁକେଶ ଖାନ୍ନା ସୋନାକ୍ଷୀଙ୍କୁ ଟ୍ରୋଲ କରିଥିଲେ । ଏହା ସହିତ ତାଙ୍କ ଲାଳନପାଳନ ଉପରେ ପ୍ରଶ୍ନ କରିଥିଲେ । ଏହାର କଡା ଜବାବ ଦେଇଛନ୍ତି ଅଭିନେତ୍ରୀ ସୋନାକ୍ଷା ସିହ୍ନା । ସେ କହିଛନ୍ତି, ଯଦି ଆଗକୁ ମୋର ଲାଳନପାଳନ ଉପରେ ପ୍ରଶ୍ନ କହିବେ ତେବେ ମନେ ରଖନ୍ତୁ ଲାଳନପାଳନ ପାଇଁ ମୁଁ ସମ୍ମାନର ଜବାବ ଦେଉଛି ।
ସୋନାକ୍ଷୀ ମୁକେଶଙ୍କୁ ଜବାବ ଦେଇ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ନିକଟରେ ମୁକେଶ ଖାନ୍ନା ମୋ ପିତା ଶତୃଘ୍ନ ସିହ୍ନା ଓ ମୋର ଲାଳନପାଳନ ଉପରେ ପ୍ରଶ୍ନ କରିଥିଲେ । ମୁଁ କହି ରଖୁଛି କି ସେବେ କେବିସିରେ ଦୁଇଜଣ ମହିଳା ଥିଲେ ସେମାନେ ମଧ୍ୟ ଏହି ପ୍ରଶ୍ନର ଉତ୍ତର ଜାଣିନଥିଲେ । କିନ୍ତୁ ତୁମେ କେବଳ ମୋ ନାମକୁ ନେଇଛ । ଆପଣ ବୋଧେ ପ୍ରଭୁ ରାମ ଦେଇଥିବା ଶିକ୍ଷାକୁ ଭୁଲି ଯାଉଛନ୍ତି ସେ ମଧ୍ୟ ମାତା କୈକେୟୀ ଓ ମନ୍ଥରାଙ୍କୁ କ୍ଷମା କହିଦେଇଥିଲେ । ରାବଣଙ୍କୁ ମଧ୍ୟ କ୍ଷମା କରିଥିଲେ ତେଣୁ ଆପଣଙ୍କୁ ଏହି ବିଷୟ ଭୁଲିବାକୁ ହେବ । ତା ମାନେ ନୁହେଁ ମୁଁ ତମୁକୁ ଭୁଲ ମାଗିବି ।
କହି ରଖୁଛୁ କି, ସୋନୀକ୍ଷା ଭଗବାନ ହନୁମାନଙ୍କ ଉପରେ ପଚରାଯାଇଥିବା ପ୍ରଶ୍ନ ଉତ୍ତର ଦେଇନପାରିବାରୁ ମୁକେଶ ଖାନ୍ନା କହିଥିଲେ ମୁଁ ଯଦି ଏବେ ଶକ୍ତିମାନ ହୋଇଥାନ୍ତି ତ ଆଜିର ପିଲାମାନଙ୍କୁ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମ ବିଷୟରେ ଶିକ୍ଷା ଦେଇଥାନ୍ତି ।