ନୂଆଦିଲ୍ଲୀ,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ଧିରେ ଧିରେ ଶେଷ ହେବାର ବାଟରେ ପହଁଞ୍ଚିଛି ଟିଏମ୍ସି। ମମତା ବାନାର୍ଜୀଙ୍କ ୮୦ ବିଧାୟକଙ୍କ ଭିତରୁ ୫୮ ବିଧାୟକ ନିଜର ଅଲଗା ଗୋଷ୍ଠୀ ତିଆରି କରିନେଇଛନ୍ତି। ସେପଟେ ଦିଲ୍ଲୀରେ ପ୍ରାୟ ୨୦ ସାଂସଦ ମଧ୍ୟ ଟିଏମ୍ସିଠାରୁ ଅଲଗା ହୋଇଛନ୍ତି। ଟିଏମ୍ସିର ଆଭ୍ୟନ୍ତରୀଣ କନ୍ଦଳ ଭିତରେ କଂଗ୍ରେସର ସୁପ୍ରିମ ଲିଡର ସୋନିଆ ଗାନ୍ଧୀଙ୍କୁ ଦିଲ୍ଳୀରେ ଭେଟିଛନ୍ତି ଟିଏମ୍ସି ଅଧ୍ୟକ୍ଷ ମମତା ବାନାର୍ଜୀ। ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଏ.ହାପରେ ମମତାଙ୍କୁ ସୋନିଆ ଦେଇଛନ୍ତି ବଡ଼ ଅଫର।

ସୋନିଆ ଗାନ୍ଧୀ ଏବେ ମମତାଙ୍କୁ କଂଗ୍ରେସରେ ଟିଏମସିରେ ବିଲୟ କରିବାକୁ ଅଫର ଦେଇଛନ୍ତି। ସୋନିଆ କହିଛନ୍ତି ବର୍ତ୍ତମାନ ଟିଏମସିକୁ କଂଗ୍ରେସରେ ମିଶାଇ ଦେବା ଉଚିତ। ଏହା ବଦଳରେ ମମତାଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯିବ ବୋଲି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଏହାଛଡା ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ପାର୍ଟି ମହାସଚିବ ପଦ ଦିଆଯିବା ନେଇ ଦେଇଛନ୍ତି ବଡ଼ ଅଫର।

ଟିଏମ୍ସି ଉପରେ ଲଗାତାର ବିଜେପିର ରାଜନୈତିକ ଆକ୍ରମଣ ଦେଖି ମମତାଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି ସୋନିଆ ଗାନ୍ଧୀ। ତାଙ୍କ ମତରେ ଯଦି ମମତା ଏଭଳି ନକରନ୍ତି ତେବେ ‘ଆମ୍ ଆଦମୀ ପାର୍ଟି’ ଭଳି ତାଙ୍କୁ ବି ସମସ୍ୟାରେ ପକାଇବାକୁ ଚେଷ୍ଟା କରାଯିବ। ଏହା ସହ ତାଙ୍କ ଦଳ ଭିତରର ଲୋକ ମଧ୍ୟ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ରହିଛନ୍ତି। ଏଥିପାଇଁ ସ୍ଥିତି ଅଧିକ ଜଟିଳ ହୋଇଯିବ। ସୁତ୍ରର କହିବା ଅନୁସାରେ, ମମତାଙ୍କୁ ଏନେଇ ସୋନିଆ ଫୋନ୍ କରିଥିଲେ। ସୋନିଆଙ୍କ ଏହି ପ୍ରସ୍ତାବର ବର୍ତ୍ତମାନ କିଛି ଉତ୍ତର ଦେଇ ନାହାନ୍ତି ମମତା। ସେ ନିଷ୍ପତ୍ତି ନେବାକୁ କିଛି ଦିନର ସମୟ ମାଗିଛନ୍ତି।