ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଏସିଆ କପ୍ ପୂର୍ବରୁ ସୌରଭ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ଦାୟିତ୍ୱ , ଦିଲ୍ଲୀ କ୍ୟାପିଟାଲ୍ସର ହେଲେ ମୁଖ୍ୟ କୋଚ୍

Published By : Gurupada Nath | August 24, 2025 8:15 PM

ମୁମ୍ବାଇ,୨୪/୮ :  ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଦକ୍ଷିଣ ଆଫ୍ରିକା ଲିଗର ନୂତନ ସିଜନ୍ ଆରମ୍ଭ ହେବା ପୂର୍ବରୁ ପ୍ରିଟୋରିଆ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି । ଏହି ଦଳ IPL ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ଏକ ସହଯୋଗୀ ଦଳ । ଏହି ଦୁଇଟି ଦଳ JSW ସ୍ପୋର୍ଟସ୍ ଏବଂ GMRର ମାଲିକାନାରେ ଅଛି । ବିଶ୍ୱର ଅନେକ ଦେଶରେ ଅନୁଷ୍ଠିତ ଲିଗ୍‌ର ନାମ IPL ଫ୍ରାଞ୍ଚାଇଜ୍‌ର ନାଁ ଉପରେ ଆଧାରିତ । ଏହି ଦଳ ଗୁଡ଼ିକୁ ବି IPL ଫ୍ରାଞ୍ଚାଇଜ୍‌ର ମାଲିକମାନେ ମଧ୍ୟ କିଣନ୍ତି।

ପ୍ରିଟୋରିଆ କ୍ୟାପିଟାଲ୍ସର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି ଯେ ସୌରଭ ଗାଙ୍ଗୁଲିଙ୍କୁ ନୂତନ ସିଜନ୍ ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ କରାଯାଇଛି । ପ୍ରିଟୋରିଆ କ୍ୟାପିଟାଲ୍ସ ସୌରଭ ଗାଙ୍ଗୁଲିଙ୍କୁ ରାଜକୁମାର ବୋଲି କହିବା ସହ ପୋଷ୍ଟରେ ଲେଖିଛି କି, 'ପ୍ରିନ୍ସ କ୍ୟାପିଟାଲ୍ସ ଶିବିରକୁ ରାଜକୀୟ ଖାଦ୍ୟ ଆଣିବାକୁ ପ୍ରସ୍ତୁତ'। ଏହି ପୋଷ୍ଟରରେ ଆହୁରି ଲେଖାଯାଇଛି ଯେ, 'ଆମେ ଏହା ଜଣାଇ ବହୁତ ଖୁସି ଯେ, ସୌରଭ ଗାଙ୍ଗୁଲି ଆମର ନୂତନ ମୁଖ୍ୟ ପ୍ରଶିକ୍ଷକ ଅଟନ୍ତି'। ଏହା ମଧ୍ୟ ଲେଖାଯାଇଛି ଯେ, 'ସେଞ୍ଚୁରିଅନ୍ ତୁମକୁ ଅପେକ୍ଷା କରିଛି'। ଗାଙ୍ଗୁଲି ପୂର୍ବରୁ IPLରେ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ରହି ସାରିଛନ୍ତି ଏବଂ ଏବେ ପ୍ରଥମ ଥର ପାଇଁ ପ୍ରିଟୋରିଆ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ହୋଇଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.