ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମୁକାବିଲାରେ ଭାରତ ହାସଲ କରିଛି ଐତିହାସିକ ବିଜୟ । ୩୦୦ ରନରେ ପରାସ୍ତ କରି ଭାରତ ରଚିଛି ଇତିହାସ । କେବଳ ବିଜୟ ନୁହେଁ ଏହି ମୁକାବିଲା ଜିତିବା ପରେ ଭାରତ ହାସଲ କରିଛି ଅନେକ ରେକର୍ଡ । ଏହି ମ୍ୟାଚ ଜିତିବା ପରେ ଭାରତ ନିଜର ବଡ଼ ବିଜୟ ହାସଲ କରିଛି । ଟେଷ୍ଟ କ୍ରିକେଟରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୭୨ ରନର ବଡ଼ ବିଜୟ ହାସଲ କରିଥିଲା । ମାତ୍ର ୩୦୦ ରନରେ ସର୍ବବୃହତ ବିଜୟ ହାସଲ କରି ରେକର୍ଡ କରିଛି ।
ଡେବ୍ୟୁ ମ୍ୟାଚରେ ମାନବ ସୂତାରଙ୍କ ରେକର୍ଡ
ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି ମାନବ ସୂତାର । ଆଫଗାନିସ୍ତାନ ବିପକ୍ଷରେ ସେ ଡେବ୍ୟୁ କରି ରେକର୍ଡ ସ୍ଥାନପ କରିଛନ୍ତି । ଡେବ୍ୟୁ ମ୍ୟାଚରେ ସର୍ବାଧିକ ଓ୍ବିକେଟ ନେବାର ରେକର୍ଡ କରିଛନ୍ତି । ୩୫ ବର୍ଷ ମଧ୍ୟରେ କେବଳ ୨ ଜଣ ବୋଲିର ୬ ଓ୍ବିକେଟ ନେଇଛନ୍ତି । ପୂର୍ବରୁ ଅଶ୍ବନୀ ଡେବ୍ୟୁ ମ୍ୟାଚରେ ୬ ଓ୍ବିକେଟ ନେଇଥିଲେ । ଆଉ ଏବେ ମାନବ ସୂତାର ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି । ସେପଟେ ଡେବ୍ୟୁ ମ୍ୟାଚରେ ୫ ଓ୍ବିକେଟରୁ ଅଧିକ ଓ୍ବିକେଟ ନେବାରେ ଦଶମ ବୋଲର ହୋଇଛନ୍ତି ।
ଗିଲଙ୍କ ରେକର୍ଡ
ସେପଟେ ବ୍ୟାଟିଂରେ ରେକର୍ଡ କରିଛନ୍ତି ଶୁଭମନ ଗିଲ୍ । ସେ ଅଧିନାୟକ ଭାବେ ହଜାରେ ରନ କରିଛନ୍ତି । ଯେଉଁଥିରେ ୬ଟି ଶତକ ରହିଛି । ୯ଟି ମ୍ୟାଚର ୧୫ଟି ପାଳିରେ ସେ ଏହି ସ୍କୋରର ମାଇଲଖୁଣ୍ଟ ପାଣ୍ କରିଛନ୍ତି । କମ ପାଳିରେ ସେ ଏହାକୁ ପୂରଣ କରିବା ଭାରତୀୟ ଅଧିନାୟକଙ୍କ ମଧ୍ୟରେ ଆଗରେ ରହିଛନ୍ତି । ସେପଟେ ଏହି କ୍ଷେତ୍ରରେ ଆଗରେ ରହିଛନ୍ତି ବ୍ରାଡମ୍ୟାନ ।
ରାହୁଲଙ୍କ ନାମରେ ନିଆରା ରେକର୍ଡ
କେଏଲ ରାହୁଲ ତାଙ୍କର ଦ୍ୱାଦଶ ଟେଷ୍ଟ ଶତକ ହାସଲ କରିଛନ୍ତି। ତାଙ୍କର ପ୍ରଥମ ଟେଷ୍ଟ ଶତକ ଆଫଗାନିସ୍ତାନ ବିପକ୍ଷରେ ଆସିଥିଲା। ଏହା ବ୍ୟତୀତ, ତାଙ୍କର ଶେଷ ତିନୋଟି ଶତକ ମଧ୍ୟରେ, ରାହୁଲ 100 ରନରେ ଆଉଟ ହୋଇଛନ୍ତି, ଯାହା ତାଙ୍କୁ ଏହି ଅନନ୍ୟ ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ କରିଛି।
ଏହାସହ ପଢ଼ନ୍ତୁ : Ind vs AFG Test : ମୁଲାନପୁରରେ ଟିମ୍ ଇଣ୍ଡିଆର ରେକର୍ଡ ବିଜୟ, ତୃତୀୟ ଦିନରେ ପରାସ୍ତ ଆଫଗାନ୍